Below header

ଗଭୀର ସମୁଦ୍ରରୁ ଏଲିୟନ୍‌ ଭଳି ଦେଖାଯାଉଥିବା ମାଛ ଧରିଲେ ଧୀବର, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ : ସୃଷ୍ଟି ବଡ଼ ବିଚିତ୍ର । ବେଳେ ବେଳେ ଏପରି ଜୀବଜନ୍ତୁ ସାମ୍ନାକୁ ଆସିଯାଆନ୍ତି ତାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ନିକଟରେ ଋଷିଆର ଜଣେ ଧୀବର ଏପରି ଏକ ମାଛ ଧରିଛନ୍ତି ଯାହା ଦେଖିବାକୁ ଠିକ୍‌ ଏଲିୟନ୍‌ ଭଳି । ଏହି ମାଛଟିର ଗୋଟିଏ ଆଖି ଠିକ୍‌ ଏଲିୟନ ଭଳି ।

ଋଷିଆର ରୋମାନ ଫେଡର୍ଟସଭ ନାମକ ଜଣେ ଧୀବର ସମୁଦ୍ରର ୩,୩୦୦ ଫୁଟ ତଳେ ଯାଇ ମାଛ ଧରନ୍ତି । ସେ ଅଧିକାଂଶ ସମୟରେ କଡ, ହାଡଡକ୍‌, ମକରେଲ୍‌,ଘୋଷ୍ଟ ସାର୍କ ଆଦି ଧରିଥାନ୍ତି ।

ହେଲେ ଏଥର ଧରିଥିବା ମାଛ ଥିଲା ବଡ଼ ବିଚିତ୍ର । ମାଛଟି ଦେଖିବାକୁ ଥିଲା ଠିକ୍‌ ଏଲିୟନ (ଅଲଗା ଗ୍ରହରୁ ଆସୁଥିବା ଜୀବ) ଭଳି । ମାଛଟିକୁ ଧରିବା ପରେ ସେ ଫଟୋଟିକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ ଯାହାକି ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.