ପୂର୍ବତନ ସିବିଆଇ ମୁଖ୍ୟ ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଅଶ୍ବନୀ ଝୁଲନ୍ତା ମୃତ ଦେହ ଉଦ୍ଧାର,ସିମଲା ପୋଲିସ କହିଲା ଅତ୍ମହତ୍ୟା କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ ସିବିଆଇ ମୁଖ୍ୟ ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଅଶ୍ବନୀ କୁମାରଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।  ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହେବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ଡାକ୍ତରୀ ଦଳ ପହଞ୍ଚିଥିଲେ।ଏହା ହତ୍ୟା ନା ଅତ୍ମହତ୍ୟା ତାହାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଶିମଲାରେ ବ୍ରୋକ୍‌ସର୍ଟସ୍ଥିତ ତାଙ୍କ ବାସଭବନରେ ଅଶ୍ବନୀ  କୁମାର ରଶି ଦେଇ ଆତ୍ମହତ୍ୟା କରିଥିବା ସିମଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମୋହିତ ଚାୱଲା ତାଙ୍କ ବୟାନରେ  କହିଛନ୍ତି।

୧୯୭୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶ୍ବିନୀ କୁମାର ୨୦୧୩ରେ ସ୍ବଳ୍ପକାଳ ଲାଗି ନାଗାଲାଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ  ଅଶ୍ବିନୀ କୁମାର ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ( ସିବିଆଇ)ର ନିର୍ଦ୍ଦେଶକ ଥିଲେ। ସିବିଆଇ କାର୍ଯ୍ୟକାଳ ମଧ୍ୟରେ ସେ ଆରୁଷୀ-ହେମରାଜ ହତ୍ୟା ମାମଲା ଏବଂ ସୋହରାବୁଦ୍ଦିନ ନକଲି ଏନକାଉଣ୍ଟର ମାମଲା ଭଳି ଅନେକ ହାଇପ୍ରୋଫାଇଲ୍ ମାମଲା ପରିଚାଳନା କରିଥିଲେ। ଏହାପୂର୍ବରୁ ସେ ଅଗଷ୍ଟ ୨୦୦୬ରୁ ଜୁଲାଇ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଭାବରେ କାର୍ଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.