ଛାତ୍ରଙ୍କ ପାଇଁ ଗଙ୍ଗା ଘାଟରେ ମାଗଣା UPSC-BPSC କ୍ଲାସ କରାଉଛନ୍ତି ପୂର୍ବତନ IAS

IAS ପାଠ ପଢିବା ଓ ପଢ଼ାଇବା ଏତେ ସହଜ ନୁହେଁ। UPSC-BPSC ଭଳି ସିଭିଲ ସର୍ଭିସରେ ଉତିର୍ଣ୍ଣ ହେବାକୁ ଚାହୁଁଥିବା ଛାତ୍ର ଛାତ୍ରୀଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। କେବଳ ଛାତ୍ର ଛାତ୍ରୀଙ୍କୁ ନୁହେଁ ତାଙ୍କ ସହିତ ଶିକ୍ଷା ଦାତାଙ୍କୁ ମଧ୍ୟ ପରିଶ୍ରମ କରିବକୁ ପଡ଼ିଥାଏ। ଯାହା ପାଇଁ ସେମାନେ କେବଳ ଏହି ଗୋଟେ କ୍ଲାସ୍ ପିଛା ମୋଟା ଅଙ୍କରେ ଟଙ୍କା ନିଅନ୍ତି ଛାତ୍ର ଛାତ୍ରୀଙ୍କ ଠାରୁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବିନା ସ୍ୱାର୍ଥରେ ବିହାର ଗଙ୍ଗା ଘାଟରେ ଶିକ୍ଷା ଦାନ କରୁଛନ୍ତି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀଙ୍କୁ ମାଗଣାରେ। ଏମିତିକି ଅନେକ ଛାତ୍ରମାନଙ୍କ ପାଇଁ ବହୁତ ଦାୟିତ୍ୱ ନେଇଛନ୍ତି।
ଆଜିକାଲି ୟୁପିଏସସି ଏବଂ ବିପିଏସସିରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନେ ବିହାରର ଗଙ୍ଗା ଘାଟ କୂଳରେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେବେ ସେ ବିଷୟରେ କ୍ଲାସ୍ କରାଉଛନ୍ତି ଅବସରପ୍ରାପ୍ତ ଅରୁଣ କୁମାର। ପ୍ରାୟ ସକାଳ ୬ ରୁ ୮ ପର୍ଯ୍ୟନ୍ତ ପାଠ ପଢ଼ାଉଛନ୍ତି, ଯେମିତି ସମସ୍ତ ଛାତ୍ରଛାତ୍ରୀ ସଫଳତା ପାଇବେ।

ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ କୁମାର ନିଜେ ଏହି ଘାଟ କୂଳରେ ଶିକ୍ଷା ପ୍ରଦାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ପିଲାମାନେ କିପରି ତାଙ୍କର ଲକ୍ଷ୍ୟ ହାସଲ କରିବେ ସେ ବିଷୟରେ ସେ ଧ୍ୟାନ ରଖିଛନ୍ତି। କହିବାକୁ ଗଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପରି ଅରୁଣ କୁମାର ମଧ୍ୟ ଛାତ୍ରମାନଙ୍କୁ ନିଜର ଲକ୍ଷ୍ୟ ହାସଲ କରିବାର ଶିକ୍ଷା ଦେଉଛନ୍ତି। ଅରୁଣ କୁମାର ୧୯୯୪ ବ୍ୟାଚ୍ ର ଅବସରପ୍ରାପ୍ତ IAS ଅଧିକାରୀ। ସେ ଏହି ଅଭିଯାନରେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି। ସେ ସକାଳ ୬ ରୁ ୮ ଟା ପର୍ଯ୍ୟନ୍ତ ପିଲାମାନଙ୍କୁ ଟ୍ରେନିଂ ଦିଅନ୍ତି। ଯାହା ଦ୍ୱରା ପିଲାମାନେ ସେମାନଙ୍କର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବେ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ମଧ୍ୟ ଅରୁଣ ସାରଙ୍କ ଶ୍ରେଣୀକୁ କୌଣସି ଦିନ ମିସ୍ କରନ୍ତି ନାହିଁ।
ଅରୁଣ କୁମାର କହିଛନ୍ତି ଯେ ଯଦିଓ ବିହାରର ପିଲାମାନେ ପ୍ରତ୍ୟେକ କ୍ଷେତ୍ରରେ ଅନନ୍ୟ ସଫଳତା ହାସଲ କରନ୍ତି, କିନ୍ତୁ ଶିକ୍ଷାର ଉନ୍ନତି ପାଇଁ ସେମାନଙ୍କୁ ଦିଲ୍ଲୀ, ମୁମ୍ବାଇ ଇତ୍ୟାଦି ବଡ ସହରକୁ ଯିବାକୁ ପଡେ। ତେଣୁ ଏହି ଉଦ୍ଦେଶ୍ୟରେ ସେ ତାଙ୍କ ପତ୍ନୀ ରିତୁ ଜୟେସୱାଲଙ୍କଠାରୁ ପ୍ରେରଣା ନେଇ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ତେବେ ଏଇଏଏସ କୋଚିଂ ପ୍ରତିଷ୍ଠାନଗୁଡ଼ିକରେ ଅଧିକ ମାତ୍ରାରେ ଟଙ୍କା ସଂଗ୍ରହ କରାଯାଏ, ଯାହା ଅନେକ ପିଲା ଦେଇ ପାରନ୍ତି ନାହିଁ। ସେଥିପାଇଁ ସେମାନଙ୍କୁ ମାଗଣାରେ ଗାଇଡ୍ କରାଯାଉଛି।
ତେବେ ବର୍ତ୍ତମାନ ମଧ୍ୟ ଏଥର UPSC ରେ ବିହାର ଭଲ ରେଜଲ୍ଟ କରିଛି। ସେ ବିଶ୍ୱାସ କରନ୍ତି ଯେ ବିହାରର ପ୍ରତ୍ୟେକ ପିଲା ସଫଳତା ପାଇବେ। ଏଥର UPSC ପରୀକ୍ଷାର ଫଳାଫଳ ବାହାରି ସାରିଛି। ଏଥର ବିହାରର ଛାତ୍ରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏହି ଛାତ୍ରମାନେ ବାହାରେ ରହି ପ୍ରସ୍ତୁତି କରି ସଫଳତା ହାସଲ କରିଛନ୍ତି ଏବେ ଏହା ଦେଖିବାକୁ ପଡ଼ିବ ଯେ ଗଙ୍ଗା କୂଳରେ ଦିଆଯାଇଥିବା ଏହି ଶିକ୍ଷା ସଫଳତା ହାସଲ କରିବ କି ନାହିଁ।