ମାନ୍ଦାବସ୍ଥା ନେଇ ମୋଦିଙ୍କୁ ସମାଲୋଚନା କଲେ ମନମୋହନ ସିଂହ, କହିଲେ ସରକାରଙ୍କ ଉଦାସୀନତା ଦେଶର ଭବିଷ୍ୟତ ଆକାଂକ୍ଷା ଉପରେ ପ୍ରଭାବ ପକାଇଛି

କେନ୍ୟୁଜ୍ (ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଡ଼ା ସମାଲୋଚନା। ଦେଶରେ ଶିଳ୍ପ ମାନ୍ଦାବସ୍ଥା ଚରମ ସୀମାରେ ପହଞ୍ଚିଛି। ଅଭିବୃଦ୍ଧି ହାର ହ୍ରାସ, ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ବସିଛି। ୟୁପିଏ ସରକାର କ୍ଷମତାରେ ଥିବା ବେଳେ ସରକାର ଅର୍ଥନୀତିକୁ ସୁଧାରିବାକୁ ବହୁ ପଦକ୍ଷେପ ନେଇଥିଲେ। ତଥାପି କିଛି ଦୃଢ ପଦକ୍ଷେପ ବାକି ରହିଯାଇଥିଲା। କିନ୍ତୁ ବର୍ତ୍ତମାନର ସରକାରଙ୍କ ଆର୍ଥକ ନୀତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବର୍ତ୍ତମାନର ସରକାର ପୂର୍ବ ସରକାରଙ୍କ ଠାରୁ କିଛି ଶିଖି ନୂଆ ନୀତି କାର୍ଯ୍ୟ କରିବା ଜରୁରୀ। ଦେଶର ଦୂର୍ବଳ ଅର୍ଥନୀତିକୁ ସଜାଡ଼ିବା ବଦଳରେ ପରିସ୍ଥିତିକୁ ପୂର୍ବ ସରକାରଙ୍କ ଦାନ କହି ଏଡ଼ାଇଯିବା ଅତ୍ୟନ୍ତ ଚିନ୍ତାଜନକ ପ୍ରସଙ୍ଗ ବୋଲି କହିଛନ୍ତି ମନମୋହନ ସିଂହ। ଆର୍ଥିକ ମାନ୍ଦାବସ୍ଥା, ସରକାରଙ୍କ ଉଦାସୀନତା ଦେଶର ଭବିଷ୍ୟତକୁ ଆକାଂକ୍ଷା ଉପରେ ପ୍ରଭାବ ପକାଇଛି। ନିର୍ମଳା ସୀତାରମଣଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ନଦେଇ ଅର୍ଥନୀତି ସୁଧାରିବା ପାଇଁ ପ୍ରୟାସ ଉପରେ ଜୋର ଦେଇଛନ୍ତି ମନମୋହନ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.