Below header

ଦେଶର ପ୍ରଥମ ଲୋକପାଳ ହୋଇପାରନ୍ତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ, ଆସନ୍ତାକାଲି ହୋଇପାରେ ବିଧିବଦ୍ଧ ଘୋଷଣା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହୋଇପାରନ୍ତି ଦେଶର ପ୍ରଥମ ଲୋକପାଳ। ତେବେ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ଏ ବାବଦରେ ଆସନ୍ତାକାଲି କେନ୍ଦ୍ର ସରକାର ଘୋଷଣା କରି ପାରନ୍ତି । ୨୦୧୩ରେ ଜଷ୍ଟିସ ପିନାକୀ ଘୋଷ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୨୦୧୭ ମସିହା ମେରେ ସେ ଅବସର ନେଇଥିଲେ । ଜାତୀୟ ମାନବାଧିକାର କମିଶନର ସଦସ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ପୂର୍ବରୁ କଲିକତା ହାଇକୋର୍ଟର ଜଜ ଓ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଗତ ଶୁକ୍ରବାର ସଂଧ୍ୟାରେ ବସିଥିବା ଚୟନ କମିଟି ବୈଠକରେ ଲୋକପାଳ ପଦରେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ ନିଯୁକ୍ତି ନେଇ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.