ହାତ ଛାଡି ପଦ୍ମ ଧରିଲେ ପ୍ରକାଶ ବେହେରା, ବିଜେପିରେ ମିଶିଲେ ସାଲେପୁର ବିଧାୟକ

ଭୁବନେଶ୍ବର : ହାତ ଛାଡି ପଦ୍ମ ଧରିଲେ ପ୍ରକାଶ ବେହେରା । ବିଜେପିରେ ମିଶିଲେ ସାଲେପୁର ବିଧାୟକ । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ଏହାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କୁ ଭେଟିଥିଲେ ପ୍ରକାଶ । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରକାଶ ବେହେରା । ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରକାଶ କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେପଟେ ଏ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର କହିଛନ୍ତି ପ୍ରକାଶଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ ପ୍ରଭାବ ପଡିବ ନାହିଁ ।

Leave A Reply

Your email address will not be published.