କେଉଁ ଦଳରେ ହେବେ ସାମିଲ୍ ? ନିରବତା ପରେ ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ବର : ନିରବତା ପରେ ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି ୨୦୧୯ ନିର୍ବାଚନ ଜଟିଳ ହେବ । ନିଜ ରାଜନୈତିକ କ୍ୟାରିୟର ନେଇ ବିଜୟ କହିଛନ୍ତି ଯେ ନିର୍ବାଚନ ମଣ୍ଡଳୀ ଓ ରାଜ୍ୟର ବିିଭିନ୍ନ ସ୍ଥାନରେ ଥିବା ଶୁଭେଛୁଙ୍କ ସହ ଆଲୋଚନା କରୁଛି । ଏ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହିଁ । ବିଜେଡିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କହିଛନ୍ତି, ବିଜେଡିରୁ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି । ତେବେ ବିଜେପିର କିଛି ଶୁଭେଚ୍ଛୁ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ‘ବିଭିନ୍ନ ଦଳରୁ ପ୍ରସ୍ତାବ ଆସୁଛି, ସାମିଲ ନେଇ ଶୀଘ୍ର ନିଷ୍ପତ୍ତି ନେବି ବୋଲି ବିଜୟ କହିଛନ୍ତି । ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ନବୀନ ନିବାସ ଯାଇଥିଲେ । କିଛି ସମୟ ସେଠାରେ ରହିବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଫେରିଥିଲେ ଦିଲ୍ଲୀପ। ଏହା ପରେ ବିଜୟ ମହାପାତ୍ର ବି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଯୋର ଧରିଛି । .

Leave A Reply

Your email address will not be published.