ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀଙ୍କ ଆତ୍ମହତ୍ୟା; ବୋହୂର ଅଭିଯୋଗ ସହି ନ ପାରି ନିଜକୁ ଗୁଳି ମାରିଦେଲେ

ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ବୁଧବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। କଂଗ୍ରେସର ରାଜେନ୍ଦ୍ର ବହୁଗୁଣା ହଲ୍‌ଦ୍ୱାନୀରେ ଓଭରହେଡ୍‌ ଟ୍ୟାଙ୍କ ଉପରେ ଚଢ଼ି ନିଜକୁ ଗୁଳି ମାରି ଦେଇଛନ୍ତି। ନୈନିତାଲର ଏସ୍‌ଏସ୍‌ପି ପଙ୍କଜ ଭଟ୍ଟ କହିଛନ୍ତି, ବହୁଗୁଣାଙ୍କ ବିରୋଧରେ ୩ ଦିନ ପୂର୍ବରୁ ତାଙ୍କ ବୋହୂ ଅଭିଯୋଗ କରିଥିଲେ। ବହୁଗୁଣା ନିଜ ନାତୁଣୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା, ଯାହା ପରେ ପୋଲିସ ମାମଲା ରୁଜୁ କରିଥିଲା। ଆଉ ଏହି ଘଟଣା ବହୁଗୁଣାଙ୍କୁ ବହୁତ ଆଘାତ ଦେଇଥିଲା।

ବହୁଗୁଣା ନିଜେ ୧୧୨ ନମ୍ବରରେ ପୋଲିସକୁ କଲ୍‌ କରି କହିଥିଲେ କି, ସେ ଟ୍ୟାଙ୍କ ଉପରେ ଚଢ଼ି ଆତ୍ମହତ୍ୟା କରୁଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲାଉଡ୍‌ସ୍ପୀକର ସାହାଯ୍ୟରେ ବହୁଗୁଣାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ସେ କୌଣସି ବି ସ୍ଥିତିରେ ପୋଲିସ କଥାକୁ ମାନି ନ ଥିଲେ। ଏହି ସମୟରେ ପୂର୍ବ ମନ୍ତ୍ରୀ ବାରମ୍ବାର ପୋଲିସକୁ କହୁଥିଲେ କି, ସେ ନିର୍ଦ୍ଦୋଷ ଅଛନ୍ତି।

ପରେ ବହୁଗୁଣା ନିଜ ଛାତିକୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏହି ପୂରା ମାମଲାରେ ରାଜେନ୍ଦ୍ର ବହୁଗୁଣାଙ୍କ ବୋହୂ, ସମୁଦି ଏବଂ ପଡ଼ୋଶୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଧାରାରେ ମାମଲା ରୁଜୁ କରିଛି। ବହୁଗୁଣାଙ୍କ ପୁଅ ଅଜୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.