ଭିଜିଲାନ୍ସ କେସରେ ଡାବୁଗାଁ ବିଧାୟକଙ୍କୁ ୯ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ

ଜୟପୁର (କେନ୍ୟୁଜ): ଭିଜିଲାନ୍ସ କେସରେ ନିର୍ଦ୍ଦୋଷ ସାବ୍ୟସ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏଥିପାଇଁ ଆଜି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ହାଜର ହୋଇଥିଲେ । ୨୦୦୯ ମସିହାରେ ନନ୍ଦାହାଣ୍ଡି ବ୍ଳକରେ କିରାଣୀ ଥିବା ସମୟରେ ସରକାରୀ ତହବିଲରୁ ମିଥ୍ୟା ବିଲ୍‌ କରି ଟଙ୍କା ହଡପ ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ୨୦୧୩ ମସିହାରେ ଏନେଇ କୋଡିଙ୍ଗାର ପୂର୍ବତନ ବିଧାୟକ ସଦନ ନାୟକ ରନ୍ଧାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

୯ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଘଟଣାରେ କୌଣସି ତଥ୍ୟ ପ୍ରମାଣ ନଥିବା ଓ ଉଦ୍ଦେଶ୍ୟ ଓ ଆକ୍ରୋଶମୂଳକ ଭାବରେ ଏହି ଅଭିଯୋଗ ହୋଇଥିଲା ଏବେ କୋର୍ଟ ନ୍ୟାୟ ଦେଇଥିବା କହିଛନ୍ତି ବିଧାୟକ ମନୋହର ରନ୍ଧାରୀ ।

Leave A Reply

Your email address will not be published.