୪ ବର୍ଷର ଶିଖ ବାଳିକା ହାଇ ଆଇ କ୍ୟୁ କିଡ୍‌ସ୍‌ ମେଂସା କ୍ଲବ୍‌ରେ ହେଲେ ସାମିଲ୍‌

ଲଣ୍ଡନ :  ଉତ୍କଷ୍ଟ ବୁଦ୍ଧିମତା (ଆଇକ୍ୟୁ) ପିଲାଙ୍କ ମଧ୍ୟରେ ନିଜର ନାମ ସାମିଲ କରିଛନ୍ତି ଜଣେ ବ୍ରିଟିଶ୍‌ ଶିଖ ଝିଅ । ଏହି ସଫଳତା ଯୋଗୁ ତାଙ୍କର ନାମ ମେନ୍‌ସା କ୍ଲବରେ ସାମିଲ୍‌ କରାଯାଇଛି  । ଦୟାଲ କୌର ନାମକ ଏହି ଝିଅଟି ପରିବାର ସହ ଓ୍ଵାମିଂଘମ୍‌ ଠାରେ ରୁହନ୍ତି । ଏତେ କମ୍‌ ବୟସରେ ଶିଖିବାର ଅସାଧାରଣ କ୍ଷମତା ଯୋଗୁ ସେ ଇଂରାଜୀ ବର୍ଣ୍ଣମାଳାର ସବୁ ଅକ୍ଷରକୁ ୧୪ ମାସ ବୟସରେ ଅକ୍ତିଆର କରିନେଇଥିଲେ ।

କୌର ମେନ୍‌ସା ଯାଞ୍ଚ କ୍ଲବରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଏହି ସମୟରେ କରୋନା ଲକ୍‌ଡାଉନ୍‌ ଯୋଗୁ ସେ ଅନ୍‌ଲାଇନ୍‌ ରେ ସାମିଲ ହୋଇ ୧୪୫ ଆଇକ୍ୟୁ ସ୍କୋର୍‌ ହାସିଲ୍‌ କଲେ । ଏହି ସଫଳତା ଯୋଗୁ ତାଙ୍କର ନାମ ବ୍ରିଟେନ୍‌ ର ଏକ ପ୍ରତିଶତ ବାଲା ଶ୍ରେଣୀରେ ସାମିଲ୍‌ କରାଯାଇଛି । ତାଙ୍କର ସଫଳତାକୁ ପ୍ରକୃତିର ଏକ ବରଦାନ ବୋଲି କୁହାଯାଇଛି ।

ଆମେ ଦୟାଲ୍‌ଙ୍କୁ ମେନ୍‌ସା କ୍ଲବ୍‌ରେ ସାମିଲ୍‌ କରି ଖୁସି ଯେ ସେ ୨୦୦୦ ଜୁନିୟର ସଦସ୍ୟଙ୍କ ମଧ୍ୟରେ ସାମିଲ୍‌ ହେଲେ ବୋଲି ବ୍ରିଟିସ୍‌ ମେନ୍‌ସା କ୍ଲବ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜନ୍‌ ଷ୍ଟିେଓ୍ଵଜ୍‌ କହିଛନ୍ତି । ଦୟାଲ ତାଙ୍କର ବୟସ ତୁଳନାରେ ବହୁତ ଅଧିକ ବିଜ୍ଞ ବୋଲି ଏହା ଦ୍ୱାରା ପ୍ରମାଣ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.