Below header

ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ହେବା ଘଟଣା: ପ୍ରଶାସନିକ ଅବେହେଳାରୁ ବିଳମ୍ବ ଘଟିଥିବା ଅଭିଯୋଗ ଆଣିଲା ସିଂହାରୀ ନିଯୋଗ

ପୁରୀ(କେନ୍ୟୁଜ୍):  ପ୍ରଶାସନିକ ଅବେହେଳା ଯୋଗୁଁ ମହାପ୍ରଭୁଙ୍କ ସୁନାବେଶରେ ଘଟିଲା ବିଳମ୍ବ। ଏଭଳି ଅଭିଯୋଗ ଆଣିଛି ସିଂହାରୀ ନିଯୋଗ। ଭବିଷ୍ୟତରେ ଏଭଳି ସ୍ଥିତି ଉପୁଜିଲେ ସେବାୟତ ମାନେ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛି ସିଂହାରୀ ନିଯୋଗ। ପୁଷ୍ୟାଭିଷେକ ଦିନ ମହାପ୍ରଭୁଙ୍କ ସୁନାବେଶ ନୀତିରେ ବିଳମ୍ବ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସିଂହାରୀ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକ ବସିଥିଲା।

ପୁଷ୍ୟାଭିଷେକ ଦିନ ଦୁଇଗୋଷ୍ଠୀ ସେବାୟତଙ୍କ ଗଣ୍ଡଗୋଳ ଯୋଗୁଁ ସୁନାବେଶ ନୀତିରେ ଚାରିଘଣ୍ଟା ବିଳମ୍ବ ଘଟିଥିଲା। ରତ୍ନସିଂହାସନ ଉପରେ ଆବଶ୍ୟକତା ଠାରୁ ଅଧିକ ସିଂହାରୀ ସେବାୟତଙ୍କ ଉପସ୍ଥିତିକୁ ନେଇ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ। ଏନେଇ ଉଭୟ ନିଯୋଗ ମଧ୍ୟରେ ଗଣ୍ଡଗୋଳ ହେବାରୁ ସୁନାବେଶ ଆରମ୍ଭରେ ଚାରିଘଣ୍ଟା ବିଳମ୍ବ ହୋଇଥିଲା। ଆଲୋଚନା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ବେଳେ ଭବିଷ୍ୟତରେ ଯଦି ଶ୍ରୀମନ୍ଦିର ପ୍ରଶାସନ ଏହାର ସମାଧାନ ଓ ଘଟଣାର ପୁନରାବୃତ୍ତି ହେବାକୁ ଦିଏ ତେବେ ଆସନ୍ତା ଦୋଳପୂର୍ଣ୍ନିମା ତିଥିରେ ମହାପ୍ରଭୁଙ୍କ ସୁନାବେଶ କରିବାକୁ ଅସହଯୋଗ କରିବେ ବୋଲି ସିଂହାରୀ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.