Below header

ପାକିସ୍ତାନକୁ ପାଣି ବନ୍ଦ, ଘୋଷଣା କଲେ ନିତୀନ ଗଡ଼କରୀ

ନୂଆଦିଲ୍ଲୀ: ପାକିସ୍ତାନକୁ ପାଣି ବନ୍ଦ । ଏଭଳି କିଛି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ଜଳସମ୍ବଳ ମନ୍ତ୍ରୀ ନିତୀନ ଗଡ଼କରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ତିନି ନଦୀ ରବି, ବେୟସ ଓ ସତଲେଜରୁ ପାକିସ୍ତାନକୁ ପାଣି ଯାଉଛି । ଏହି ତିନି ନଦୀ ଉପରେ ଡ୍ୟାମ୍‌ କରିବାକୁ ପୂର୍ବରୁ ସ୍ଥିର ହୋଇ ସାରିଛି । ତେଣୁ ଗଡ଼କାରୀ କହିଛନ୍ତି ଭାରତର ତାର ଏହି ନଦୀଗୁଡ଼ିର ପାଣି ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରିବ । ଏହି ନଦିର ପାଣି ଜମ୍ମୁ କଶ୍ମୀର, ପଞ୍ଜାବ ଆଦି ରାଜ୍ୟ ପାଇଁ ବ୍ୟବହାର କରାଯିବ ।

ଫେବ୍ରୁଆରୀ ୧୪ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଏବେ କିଛି ଏଭଳି କଠୋର ପଦକ୍ଷେପ ନେବାକୁ ଭାରତର ସରକାର ସ୍ଥିର କରିଛନ୍ତି । ପୂର୍ବରୁ ୨୦୧୬ରେ ସିଆରପିଏଫ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଭାରତ ଉଭୟ ରକ୍ତ ଓ ପାଣି ଏକାସାଙ୍ଗରେ ଦେଇ ପାରିବ ନାହିଁ । ଏହା ପରେ ସିନ୍ଧ ଜଳ କମିଶନ୍‌ ଆଲୋଚନାକୁ ସରକାର ମନା କରି ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.