Below header

ଇମ୍ରାନ୍‌ ପାକ୍‌ ସେନାକୁ ଦେଲେ ସ୍ୱାଧୀନତା, ଭାରତ ଆକ୍ରମଣ କଲେ ତାର ଜବାବ ଦିଅ

ଇସଲାମାବାଦ : ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ସେନା ବାହିନୀକୁ ପୂର୍ଣ୍ଣ ସ୍ୱଧୀନତା ଦେଇ କହିଛନ୍ତି ଯେ ଯଦି ଭାରତ ପଟୁ ଆକ୍ରମଣ ହେଉଛି ତେବେ ତାର ଦୃଢ଼ ଜବାବ ଦିଅ । ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଇମ୍ରାନ୍‌ ତାଙ୍କ ଜାତୀୟ ସୁରକ୍ଷା କମିଟି ବୈଠକ ଡାକି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଏକ ବିବୃତିରେ ସ୍ପଷ୍ଟ କରିଛନ୍ତି ଯେ ପୁଲଓ୍ଵାମା ଆକ୍ରମଣରେ ପାକିସ୍ତାନର କୌଣସି ହାତ ନାହିଁ । ଏ ନେଇ ଯେକୌଣସି ତଦନ୍ତରେ ସହଯୋଗ ପାଇଁ ପାକିସ୍ତାନ ରାଜି ବୋଲି ସେ ଏହି ବିବୃତିରେ କହିଛନ୍ତି । ଆହୁରି ମଧ୍ୟ ଆତଙ୍କବାଦ ସମେତ ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ରାଜି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.