ଗରବା ଡ୍ୟାନ୍ସ: ୨୪ ଘଣ୍ଟାରେ ଗଲାଣି ୧୦ ଜୀବନ, ହାର୍ଟ ଆଟାକ ହେଉଛି କାରଣ

ଗୁଜରାଟରେ ଗରବା ଖେଳିବା ସମୟରେ ୧୦ ରୁ ଅଧିକ ଲୋକ ହାର୍ଟ ଆଟାକର ଶିକାର ହୋଇଛନ୍ତି । ହଠାତ୍ ଏଭଳି ହାର୍ଟ ଆଟାକ ମାମଲାରେ ବୃଦ୍ଧି ଘଟିବାକୁ ନେଇ ସମଗ୍ର ରାଜ୍ୟରେ ଚିନ୍ତା ବଢ଼ିଛି । ବିଶେଷକରି ଯୁବକମାନେ ହାର୍ଟ ଆଟାକର ଶିକାର ହେଉଛନ୍ତି ।

ନବରାତ୍ରୀ ଆସିଲେ ଲୋକ ନୂଆ ଡ୍ରେସ ସାଙ୍ଗକୁ ଦାଣ୍ଡିଆ ବା ଗରବା ଡ୍ୟାନ୍ସର ମଜା ନିଅନ୍ତି । ଡ୍ୟାନ୍ସରେ ଏମିତି ମାତିଥାନ୍ତି ଯେ ଭୋକ ଶୋଷ ସବୁ କିଛି ଭୁଲି ଯାଆନ୍ତି । କିନ୍ତୁ ଏହା କେତେ ମାରାତ୍ମକ ତାହା ଆପଣମାନେ ହୁଏତ ଜାଣି ନଥିବେ । କାହିଁକି ନା ଏହି ଗରବା ଡ୍ୟାନ୍ସ କରି ୧୦ରୁ ଅଧିକ ଜଣ ମୃତ୍ୟୁ ବରଣ କରିଛନ୍ତି । ତାହା ପୁଣି ମାତ୍ର ୨୪ ଘଣ୍ଟାରେ । କଥାଟା ହୁଏତ ଆପଣଙ୍କୁ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି ଘଟଣା ସତରେ ଘଟିଛି ।

ନବରାତ୍ରୀ ସମୟରେ ଗୁଜୁରାଟରେ ଖେଳାଯାଉଥିବା ଗରବା ଡ୍ୟାନ୍ସ ସମଗ୍ର ଦେଶରେ ପ୍ରସିଦ୍ଧ । କିନ୍ତୁ ଏହି ବର୍ଷ ଗରବା ଡ୍ୟାନ୍ସ ଖେଳିବା ସମୟରେ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଗରବା ଖେଳିବା ସମୟରେ ୧୦ ରୁ ଅଧିକ ଲୋକ ହାର୍ଟ ଆଟାକର ଶିକାର ହୋଇଛନ୍ତି । ହଠାତ୍ ଏଭଳି ହାର୍ଟ ଆଟାକ ମାମଲାରେ ବୃଦ୍ଧି ଘଟିବାକୁ ନେଇ ସମଗ୍ର ରାଜ୍ୟରେ ଚିନ୍ତା ବଢ଼ିଛି । ବିଶେଷକରି ଯୁବକମାନେ ହାର୍ଟ ଆଟାକର ଶିକାର ହେଉଛନ୍ତି । ତେବେ ଚିନ୍ତାର ବିଷୟ ହେଉଛି କିଶୋର ଏବଂ ଯୁବ ପିଢୀମାନେ ଏଭଳି ଆଟାକର ଶିକାର କାହିଁକି ହେଉଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନେ ଏହି ହାର୍ଟଆଟାକର ଶିକାର ହୋଇଛନ୍ତି ।

ରାଜକୋଟରେ ଜଣେ ୨୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଥିବାବେଳେ ରାୟ ରୋଡରେ ରହୁଥିବା ଜଣେ ବିଲଡର ମଧ୍ୟ ହାର୍ଟଆଟାକର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଅହମ୍ମଦାବାଦର ହାଟିଜନରେ ଗରବା ଖେଳୁଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଦ୍ୱାରକା, ଗ୍ରେଟର ଅମ୍ବାଲା ଏବଂ ରାମନଗରରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସୁରଟରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଛି ।

ଏଥିସହିତ ବଡ଼ୋଦରାର ହରଣି ଅଞ୍ଚଳରେ ଗରବା ଖେଳୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦାଭୋଇରେ ମଧ୍ୟ ଜଣେ ୧୩ ବର୍ଷ ବାଳକର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ନଓ୍ଵସାରିରେ ମଧ୍ୟ ଗରବା ଖେଳିବା ପରେ ହୃଦଘାତ ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ନବରାତ୍ରୀ ସମୟରେ ଯୁବକମାନଙ୍କ ମଧ୍ୟରେ ହାର୍ଟଆଟାକର ସଂଖ୍ୟା ବୃଦ୍ଧି ହେତୁ ଚିନ୍ତା ବଢ଼ି ଯାଇଛି ।

ଗତ କିଛି ଦିନ ମଧ୍ୟରେ ହାର୍ଟ ଆଟାକର ମାମଲା ବୃଦ୍ଧି ପାଇଛି, ଏପରି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଗରବା ଆୟୋଜକମାନଙ୍କୁ ପ୍ରତ୍ୟେକ ଗରବା ପର୍ବରେ ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ନିୟୋଜିତ କରିବାକୁ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ସରକାରୀ ହସ୍ପିଟାଲମାନଙ୍କୁ ଆଲର୍ଟ କରିଛନ୍ତି । ତେବେ ଗରବା ଖେଳୁଥିବା ସମୟରେ ଯୁବପିଢିମାନେ କାହିଁକି ହାର୍ଟଆଟାକର ଶିକାର ହେଉଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ ପାଣି କମ ପିଇବା ସହିତ ଅସନ୍ତୁଳିତ ଲୁଣର ବ୍ୟବହାର, ବ୍ଲଡ ପ୍ରେସର, ନିଦର ଅଭାବ ଏବଂ ଆନୁବଂଶିକ ସମସ୍ୟା କାରଣରୁ ହାର୍ଟ ଆଟାକ ଭଳି ସମସ୍ୟା ଦେଖାଯାଏ । ତେବେ ଗରବା ବା ଦାଣ୍ଡିଆ ଡ୍ୟାନ୍ସ କରୁଥିବା ସମୟରେ ହାର୍ଟ ଆଟାକରୁ ବଞ୍ଚିବା ପାଇଁ ଡାକ୍ତର ପରାମର୍ଶ ମଧ୍ୟ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଗରବା ଖୋଲା ସ୍ଥାନରେ ଖେଳାଯିବା ଉଚିତ । ଏହା ସହିତ ଆୟୋଜକମାନେ ନିଜ ଷ୍ଟାଫଙ୍କୁ ସିପିଆର ଟ୍ରେନିଂ ଦେବା ଉଚିତ । ଡାକ୍ତର ଏହା ମଧ୍ୟ କହିଛନ୍ତି ଗରବା ଆୟୋଜନ ହେଉଥିବା ସ୍ଥାନମାନଙ୍କରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ଆବଶ୍ୟକ । ହାର୍ଟ ସମ୍ବନ୍ଧୀୟ ସମସ୍ୟାରେ ପିଡ଼ିତ ଥିବା ଲୋକ, ଡାଇବେଟିଜ୍‌ କିମ୍ବା ବ୍ଲଡ ପ୍ରେସର ଥିବା ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗରବା ଖେଲିବାକୁ ଦିଆନଯିବା ଆବଶ୍ୟକ । ଏହା କରିବା ଦ୍ୱାରା ଗରବା ସମୟରେ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.