ଆସନ୍ତାକାଲିଠୁ ଆୟୋଜିତ ହେବ ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ, ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ହେବ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲିଠୁ ଆୟୋଜିତ ହେବ ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ । ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉଦବୋଧନ ଜେନେରାଲ ରାଓ୍ଵତ । ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେବେ ସିଡିଏସ୍ ଜେନେରାଲ୍ ରାଓ୍ଵତ । ସମ୍ମିଳନୀରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା, ନକ୍ସଲ ମୁକାବିଲା, ସଙ୍ଗଠିତ ଅପରାଧ, ଡ୍ରଗ୍ସ କାରବାର ରୋକିବା ଉପରେ ବିଚାରବିମର୍ଶ ହେବ ।
ସେହିପରି ଇନଭେଷ୍ଟିଗେସନ୍, ରୋଡ୍ ସେଫ୍ଟି, ପେପରଲେସ୍ ପୋଲିସିଂ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ସମ୍ମିଳନୀରେ ସିଙ୍ଗାପୁରର ଇଣ୍ଟରପୋଲ ନିର୍ଦ୍ଦେଶକ ଏମ୍. ଓବରାଇ ଯୋଗ ଦେଇ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ଆଲୋଚନା କରିବେ । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ସମ୍ମିଳନୀରେ ସବୁ ଜିଲ୍ଲାର ଏସପି, ଡିସିପି, ରେଞ୍ଜ ଆଇଜି, ଡିଆଇଜି ସମେତ ବହୁ କରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ ।