Below header

କନ୍ଧମାଳ : ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ଓ ଆଉ ଜଣେ ଗୁରୁତର, ଝିଅ ଘରୁ ଫେରିଲା ବେଳେ ଦୁର୍ଘଟଣା

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କା ଦେବା ଫଳାରେ ଜଣକର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

AMBULANCE-2

ସୂଚନା ଅନୁସାରେ ଆମ୍ବୁଲନ୍ସଟି ଜଣେ ଗର୍ଭବତୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବ୍ରାହ୍ମଣୀ ଗାଁ ଠାରୁ ୨ କିଲୋମିଟର ଦୂର କନ୍ୟାଶ୍ରମ ପାଖ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ବାଇକ୍‌ରେ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସଟି ଜୋର୍‌ରେ ଧକ୍କା ଦେଇଥିଲା । ଫଳରେ ଜିରାମା ଗ୍ରାମର ପଙ୍କଜ ଉଠାଣସିଂହଙ୍କର ମୃତ୍ୟୁ ହୋଇଥିଲା ଏବଂ ଲକ୍ଷ୍ମୀପୁର ଗ୍ରାମର ଅଜିତ ନାୟକ ଆହତ ହୋଇଥିଲେ । ସେମାନେ ଚାରିଆ ଗାଁରୁ ଝଅ ଘରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହତ ଅଜିତଙ୍କୁ ବ୍ରାହ୍ମଣୀ ଗାଁ ମେଡିକାଲକୁ ନିଆଯାଇଛି ।
ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.