ଆସନ୍ତାକାଲିଠାରୁ ଆରମ୍ଭ ହେବ ଟି ୨୦ ଓଡ଼ିଶା କ୍ରିକେଟ୍‌ ଲିଗ୍‌, ୬ଟି ଟିମ୍‌ରେ ୯୨ ଖେଳାଳି

କଟକ : ପ୍ରଥମ ଥର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଆୟୋଜନ କରିବାକୁ ଯାଉଛି, ଓସିଏଲ ଟି ୨୦କ୍ରିକେଟ୍ ଲିଗ। ଏହି ଟୁର୍ଣ୍ଣାମେଣ୍ଟ ବାରବାଟୀ ଷ୍ଟାଡିୟମରେ ଫ୍ଳଡ ଲାଇଟ୍‌ରେ ଖେଳାଯିବ। ଏଥିରେ ରାଜ୍ୟର ଶ୍ରେଷ୍ଠ ୯୨ ଜଣ ଖେଳାଳି ୬ଟି ଟିମ୍‌ରେ ବିଭକ୍ତ ହେବେ । ଦଳଗୁଡ଼ିକ ଲିଗ୍‌ କମ୍‌ ନକଆଉଟ ଫର୍ମାଟରେ ମ୍ୟାଚ୍‌ ଖେଳାଯିବ ।

ଆସନ୍ତାକାଲି ଠାରୁ ବାରବାଟୀର ଫ୍ଳଡ ଲାଇଟରେ ଖେଳାଯିବ ଏହି ଓସିଏଲ ଟି ୨୦ଲିଗ। ପ୍ରଥମ ଥର ରାଜ୍ୟର ଉଦୀୟମାନ ଖେଳାଳିମାନଙ୍କର ପ୍ରତିଭାର ବିକାଶ ପାଇଁ ଏଭଳି ଏକ କ୍ରିକେଟ ଲିଗ ଆୟୋଜିତ ହେବାକୁ ଯାଉଛି। ପ୍ରତିଦିନ ଅପରାହ୍ନ ସାଢ଼େ ତିନିଟା ଓ ସାଢ଼େ ସାତଟାରୁ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ ।

ବିବାଦୀୟ ପରିସ୍ଥିତିରେ କିଛି ବର୍ଷ ତଳେ ବନ୍ଦ ହୋଇଥିଲା ଓଡ଼ିଶା ପ୍ରିମିଅର ଲିଗ। ଏବେ ପୁଣି ଥରେ ଆଇପିଏଲ୍‌ ଢାଞ୍ଚାରେ ପେସାଦାର କ୍ରିକେଟ ଆରମ୍ଭ କରିବାକୁ ଯାଉଛି ଓସିଏ । କୋଭିଡ୍ କଟକଣା ମଧ୍ୟରେ ମ୍ୟାଚ୍‌ ସବୁ ବିନା ଦର୍ଶକରେ ଖେଳାଯିବ । ଆୟୋଜନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ଓସିଏ ସଂପାଦକ । ଆସନ୍ତା ଜାନୁୟାରୀ ୧୪ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.