Below header

ଫିଶ୍‌ ସ୍ପା ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଶେଷରେ ଡାକ୍ତରଙ୍କୁ କାଟିବାକୁ ପଡ଼ିଲା ଗୋଡ଼ର ସବୁ ଆଙ୍ଗୁଠି

ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କ ପାଇଁ ଫିଶ୍‌ ସ୍ପା ନେବା ବହୁତ ମହଙ୍ଗା ପଡ଼ିଛି। ଫିଶ୍‌ ସ୍ପା ପରେ ତାଙ୍କ ଗୋଡ଼ ଆଙ୍ଗୁଠିରେ ଘା’ ହୋଇଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ଡାକ୍ତର ଜାଣିବାକୁ ପାଇଲେ, ଗୋଡ଼ର ଆଙ୍ଗୁଠିଗୁଡ଼ିକୁ ନଷ୍ଟ କରିଦେବା ଭଳି ଇନ୍‌ଫେକ୍ସନ ହୋଇଛି। ଫଳରେ ଏହି ଇନ୍‌ଫେକ୍ସନ ଯୋଗୁ ଯୁବତୀଙ୍କର ଗୋଟିଏ ପରେ ଗୋଟିଏ ସବୁ ଆଙ୍ଗୁଠି କାଟିବାକୁ ପଡ଼ିଥିଲା।

ଗୋଡ଼ର ଗୋଟିଏ ଆଙ୍ଗୁଠି ପୂର୍ବରୁ କଟା ଥିଲା

ପର୍ଥରେ ରହୁଥିବା ଭିକ୍ଟୋରିୟା କର୍ଥୋୟ ନାମ୍ନୀ ୧୭ ବର୍ଷୀୟା ଜଣେ ଯୁବତୀ ୨୦୧୦ରେ ଥାଇଲ୍ୟାଣ୍ଡ ଯାଇଥିଲେ। ସେଠାରେ କୌଣସି କାରଣବଶତଃ ତାଙ୍କ ଗୋଡ଼ରେ କାଚ ପଶିଯାଇଥିଲା। ଫଳରେ ଡାକ୍ତର ତାଙ୍କର ଗୋଟିଏ ଆଙ୍ଗୁଠିକୁ ଅଧାରୁ କାଟିଦେଇଥିଲେ।

ଏହାସହ ପଢ଼ନ୍ତୁ: ୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

fish2

ଯୁବତୀ ଭାବିଥିଲେ, ଫିଶ୍‌ ସ୍ପା ନେଲେ ଛୋଟ ଛୋଟ ମାଛଗୁଡ଼ିକ ଗୋଡ଼ର ସମସ୍ତ ମୃତ କୋଶିକାଗୁଡ଼ିକୁ ଖାଇଯିବେ। କିନ୍ତୁ ଫିଶ୍‌ ସ୍ପା ନେବା ସମୟରେ ଯୁବତୀଙ୍କ ଗୋଡ଼ର କଟା ଆଙ୍ଗୁଠିରେ ଶେବାନେଲ୍‌ ନାମକ ବ୍ୟାକ୍ଟେରିଆ ଲାଗିଗଲା। ଆଉ ତାଙ୍କୁ ବୋନ୍‌ ଇଟିଙ୍ଗ୍‌ ଇନ୍‌ଫେକ୍ସନ ହୋଇଗଲା, ଯାହାଫଳରେ ଗୋଡ଼ର ସମସ୍ତ ଆଙ୍ଗୁଠି ଧୀରେ ଧୀରେ ସଢ଼ିବାକୁ ଲାଗିଲା।

ଏହାସହ ପଢ଼ନ୍ତୁ: ଝିଅର ବାହାଘର ଦିନ ଫାଶୀ ଲଗାଇ ଝୁଲିପଡ଼ିଲେ ବାପା, ସୁଇସାଇଡ୍‌ ନୋଟ୍‌ ପଢ଼ି ବେହୋସ୍‌ ହୋଇଗଲା ଝିଅ

ପ୍ରଥମେ ପ୍ରଥମେ ଚିକିତ୍ସା ବେଳେ ଡାକ୍ତରଙ୍କୁ ଏ ବିଷୟରେ ଜଣାପଡ଼ି ନ ଥିଲା। କିନ୍ତୁ ପରେ ଯୁବତୀଙ୍କୁ ବୋନ୍‌ ଇଟିଙ୍ଗ୍‌ ଇନ୍‌ଫେକ୍ସନ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ୨୦୧୨ରେ ଡାକ୍ତରଙ୍କୁ ଯୁବତୀଙ୍କ ବୁଢ଼ା ଆଙ୍ଗୁଠିକୁ କାଟିବାକୁ ପଡ଼ିଲା। ଏହା ପରବର୍ଷ ପାଖ ଆଙ୍ଗୁଠିକୁ ମଧ୍ୟ ଇନ୍ସଫେକ୍ସନ ବ୍ୟାପିଗଲା। ୨୦୧୬ ବେଳକୁ ସବୁ ଆଙ୍ଗୁଠି ସଢ଼ିଗଲା। ୨୦୧୭ରେ ଡାକ୍ତରଙ୍କୁ ଗୋଡ଼ର ଶେଷ ଆଙ୍ଗୁଠିକୁ କାଟିବାକୁ ପଡ଼ିଥିଲା।

ତେବେ ଏଭଳି ଏକ ଘଟଣା ପରେ ଭିକ୍ଟୋରିଆ କହିଥିଲେ, ‘ଏବେ ତାଙ୍କ ଲାଇଫ୍‌ ପୂରା ନର୍ମାଲ ଅଛି। ସେ ତାଙ୍କ ଆଙ୍ଗୁଠିବିହୀନ ପାଦ ଉପରେ ପ୍ରେସର ଦେଇପାରିବେ। ଅନେକ ସମୟରେ ଲୋକେ ଏହିଭଳି ଘାତକ ରୋଗ ଆଗରେ ହାର୍‌ ମାନି ନିଅନ୍ତି। କିନ୍ତୁ ସେ ବହୁତ ଭାଗ୍ୟଶାଳୀ ଅଟନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.