୨ ବର୍ଷର ପୁଅ ଓ ପରିବାରର ଦାୟିତ୍ୱ ସମ୍ଭାଳି ବି ଆଇଏଏସ ଅଧିକାରୀ ହୋଇପାରିଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ କାହାଣୀ

କେନ୍ଦ୍ରୀୟ ଲୋକସେବା ପରୀକ୍ଷାରେ ସଫଳତା ପାଇବା ଏତେଟା ସହଜ ହୋଇନଥାଏ । କେହି କେହି ନିଜ ପ୍ରଥମ ଉଦ୍ୟମରେ ସଫଳତା ପାଇଯାନ୍ତି ତ କାହା କାହାକୁ ସଫଳତା ପାଇବା ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ବିଫଳତାର ସ୍ୱାଦ ଚାଖି ଚାଖି ତ କେହି କେହି ତ ଧର୍ଯ୍ୟହରା ହୋଇ ଭାଙ୍ଗି ପଡନ୍ତି । କିନ୍ତୁ କହିରଖିବା ଉଚିତ କି ଏଥିରେ ଜମା ବି ଧର୍ଯ୍ୟ ହରା ନ ହୋଇ ନିରନ୍ତର ପ୍ରୟାସ ଜାରି ରଖିଲେ ନିଶ୍ଚିତ ରୂପେ ସଫଳତା ଆପଣଙ୍କ ପାଦ ଚୁମି ପାରିବ । ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କୌଣସି ବାଧାବିଘ୍ନକୁ ଖାତିର ନ କରି ଦେଶର ସର୍ବୋଚ୍ଚ ପଦରେ ବସି ପାରିଛନ୍ତି । ବିନା କୋଚିଂରେ ନିଜ ଦୁଇ ବର୍ଷର ପୁଅ ଓ ପରିବାରର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ମହିଳା ଜଣକ ଏହି ସଫଳତା ହାସିଲ କରିଛନ୍ତି । ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣାର ଉତ୍ସ ପାଲଟି ଥିବା ଏହି ମହିଳା ଜଣଙ୍କର ନାଁ ହେଉଛି ପୁଷ୍ପଲତା ।

ias

ସେ ଭାରତର ଉତ୍ତର ପୂର୍ବ ରାଜ୍ୟ ହରିୟାଣାର ମୂଳ ବାସିନ୍ଦା । ପୁଷ୍ପଲତା ପ୍ରଥମେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । କିନ୍ତୁ ସେହି ପଦବୀରେ ତାଙ୍କ ମନ ନ ଲାଗିବାରୁ ପୁଷ୍ପଲତା ଚାକିରୀ ଛାଡିବା ପାଇଁ ନିଷ୍ପତି ନେଲେ । ଦେଶ ଓ ସମାଜ ପାଇଁ କିଛି କରିବାର ଦୃଢ ସଂକଳ୍ପ ତାଙ୍କୁ ଏମିତି ଏକ ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା । ୨୦୧୫ ମସିହାରେ ସେ ବ୍ୟାଙ୍କ ଚାକିରି ଛାଡିଥିଲେ । ସେତେବେଳକୁ ତାଙ୍କ ପାଠପଢ଼ାରେ ପ୍ରାୟ ୫ ବର୍ଷ ଗ୍ୟାପ ହୋଇଯାଇଥିଲା । ଏମିତିକି ସେତେବେଳକୁ ତାଙ୍କ ବାହାଘର ହୋଇ ଦୁଇ ବର୍ଷର ଏକ ପୁଅ ମଧ୍ୟ ଥିଲା । ନିଜ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିଲେ ମଧ୍ୟ ଟଙ୍କାର ଅଭାବ ଓ ଘର ଦାୟିତ୍ୱ କାରଣରୁ ଏପରି କରିବା ସମ୍ଭବ ହୋଇ ପାରିନଥିଲା । କିନ୍ତୁ ଏଥିରେ ପୁଷ୍ପଲତା ଜମା ବି ହାରି ଯାଇ ନ ଥିଲେ । ତା ପରଠୁ ସେ ନିଜେ ସେଲ୍ଫ ଷ୍ଟଡି କରିବା ଆରମ୍ଭ କରିଦେଇଥିଲେ ।

ଏହା ସହ ପଢନ୍ତୁ: ପ୍ରେମ ମାନିଲାନି ବୟସ, ପରିଣତ ବୟସରେ ୨୦ ବର୍ଷ ଯୁବତୀଙ୍କ ହାତ ଧରିଲେ ୭୦ ବର୍ଷୀୟ ବୃଦ୍ଧ

ନିଜ ପ୍ରଥମ ଉଦ୍ୟମରେ ମାତ୍ର ୭ ମାର୍କ ପାଇଁ ପାସ କରି ପାରିନଥିଲେ । ସେହି ସମୟରେ ପରିବାର ଲୋକେ ମଧ୍ୟ ହାତ ଛାଡିବାକୁ ବସିଥିଲେ । କିନ୍ତୁ ପୁଷ୍ପଲତା ନିଜ ପ୍ରୟାସ ଜାରି ରଖିଥିଲେ । କାରଣ ତାଙ୍କର ନିଜ ଉପରେ ପୁରା ଭରୋସା ଥିଲା । ଶେଷରେ ୨୦୧୭ ମସିହାର ୟୁପିଏସସି ପରୀକ୍ଷାରେ ତାଙ୍କୁ ସଫଳତା ମିଳିଥିଲା । ଏଥିରେ ସେ ୮୦ ତମ ସ୍ଥାନ ରଖି ପାସ କରିଥିଲେ । ଆଉ ଏବେ ସେ ଆଇଏଏସ ପଦବୀରେ ଅଛନ୍ତି । ତାଙ୍କ ଅନୁସାରେ କେବଳ ମାତ୍ର ପରୀକ୍ଷାରେ ପାସ କରିବା ପାଇଁ ନୁହେଁ କିଛି ଶିଖିବା ପାଇଁ ହିଁ ପାଠ ପଢା ଜାରି ରଖିବା ଉଚିତ । ତେବେ ଯାଇ ସଫଳତା ନିଶ୍ଚିତ ରୂପେ ତୁମ ଚରଣ ସ୍ପର୍ଶ ଯେ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.