Below header

ଭୁବନେଶ୍ୱର ଇସ୍କନ ପରିସରରେ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍): ଇସ୍କନ ପରିସରରେ ଆତ୍ମହତ୍ୟା ଅଭିଯୋଗ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ। ମୃତକ ଗଞ୍ଜାମ ଶେରଗଡ଼ର ବାବୁ ସାହୁ। ଦୀର୍ଘ ବର୍ଷ ହେବ ସେ ଇସ୍କନ ଭୋଜନାଳୟରେ କାମ କରୁଥିଲେ । ଗତ ୧୮ ତାରିଖରୁ ସେ ଛୁଟିରେ ଥିଲେ। ତେବେ ଆଜି ସକାଳୁ ଇସ୍କନ ବେଢାରେ ଥିବା ଏକ ଶୌଚାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ବେକରେ ଗାମୁଛା ଲାଗିଥିବାବେଳେ ତଳେ ବସିଥିବା ଅବସ୍ଥାରେ ମୃତଦେହ ମିଳିଛି। ତେବେ ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.