Below header

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍, ଜବତ ହେଲା ପାଞ୍ଚଟି ଶବ ସହିତ ଦୁଇଟି କଟା ମଣିଷ ମୁଣ୍ଡ

ଜାପାନ: ଏକ ରିପୋର୍ଟ ଅନୁସାରେ ଜାପାନର ସମୁଦ୍ର ତଟରେ ଏକ ଭଙ୍ଗା ଡଙ୍ଗା ଦେଖିବାକୁ ମିଳିଛି । ଯେଉଁ ଭଙ୍ଗା ଡଙ୍ଗାଟିରେ ପାଞ୍ଚଟି ଶବ ସହିତ ଦୁଇଟି ମଣିଷଙ୍କର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଡଙ୍ଗାଟିକୁ ଜାପାନର ସାଡୋ ଦ୍ବୀପ ତଟରେ ଶୁକ୍ରବାର ଦିନ ଉଦ୍ଧାର କରାଯାଇଥିଲା । ଅଧିକାରୀମାନେ ସେଠାରେ ଶନିବାର ଦିନ ପହଁଚିବା ପରେ କ୍ଷତିଗ୍ରସ୍ତ ଡଙ୍ଗାକୁ ଜବତ କରିବା ସହିତ ସେଥିରେ କୋରିୟା ଭାଷାରେ କିଛି ଲେଖା ଯାଇଥିବା ଦେଖିବାକୁ ପାଇଥିଲେ ।

boat japanଅନ୍ୟପଟେ ପୋଲିସ୍ ଏଯାଏ ସ୍ପଷ୍ଟ କରିନାହିଁ କି ଏକ କଟା ମୁଣ୍ଡ ଏବଂ ଶବ କାହାର । କିନ୍ତୁ ଜାପାନୀ ମିଡିଆର କହିବାକଥା ଏହି ଶବ ଆଂଶିକ ରୂପେ କଙ୍କାଳ ହୋଇଯାଇଥିବା ବେଳେ ଏହା ଜଣାପଡୁଛି କି, ଏହି ଲୋକମାନେ ଦୀର୍ଘ ଦିନ ଧରି ସମୁଦ୍ରରେ ଫସିରହିଥିଲେ । ଏକଥା ମଧ୍ୟ କୁହାଯାଉଛି କି, ଏହି ଘୋଷ୍ଟ ବୋଟ୍ ଉତ୍ତର କୋରିୟାର । ଯିଏ ପ୍ରାୟତଃ ଜାପାନର ତଟକୁ ଚାଲି ଆସିଯାଥାଏ । ପ୍ରାୟତଃ ଏହି ଡଙ୍ଗା ପୁରା ଖାଲି ରହିଥାଏ କିମ୍ବା ଏଥିରେ ନର କଙ୍କାଳ ରହିଥିବା ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.