ଇଂଲିଶ ଗୀତ ଗାଉ ଗାଉ ଯୁବତୀ ହଠାତ୍ ଗାଇଲେ ବଲିଉଡ ଗୀତ, ଝୁମିଲେ ବିଦେଶୀ ଜଜ୍: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତିଦିନ କୌଣସି ନା କୌଣସି ଭିଡିଓ ଭାଇରଲ ହୋଇଥାଏ। ଆଉ ଯାହା ଭାଗ୍ଯରେ ଫେମସ ହେବାର ରହିଥାଏ, ସେମାନେ ଆପେ ଆପେ ପ୍ରଶଂସାର ପାତ୍ର ହୋଇଥାନ୍ତି। ଏବେ ବିଦେଶୀ ମଞ୍ଚରେ ଏମିତି ଏକ ଭିଡିଓ ଖୁବ ଭାଇରଲ ହେଉଛି, ଯାହା ଭାରତୀୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ଭିଡିଓଟି କୌଣସି ଏକ ସିଙ୍ଗିଂ ରିଆଲିଟି ଶୋର। ଯାହା ଭାରତର ନୁହେଁ ବରଂ ଅନ୍ଯ କେଉଁ ଦେଶର। କିନ୍ତୁ ଏଥିରେ ଜଣେ ଛୋଟ ଝିଅ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଆଉ ଝିଅଟି ଇଂଲିଶ ଗୀତ ଗାଉ ଗାଉ ବଲିଉଡ ଗୀତ ଗାଇବାକୁ ଲାଗୁଛି। ଯାହାକୁ ଦେଖି ସେଠାରେ ବସିଥିବା ବିଚାରକ ମଣ୍ଡଳୀ ମଧ୍ୟ ଚକିତ ହୋଇପଡୁଛନ୍ତି।

ମଞ୍ଚ ଉପରେ ଝିଅଟି ଇଂଲିଶ ଗୀତ ଗାଉ ଗାଉ ହଠାତ୍ ‘ ପହଲୀ ନଜର ମେଁ’ ଗୀତ ଗାଉଥିବା ନଜର ଆସିଛନ୍ତି। ଯାହାକୁ ଶୁଣିବା ପରେ ଜଜମାନଙ୍କ ସହିତ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ଗୀତରେ ଶେଷର ଝିଅଟି ଯେପରି ଆଳାପ ନେଇଛି, ଲୋକେ ପ୍ରଶଂସା କରି କରି ଥକି ପଡୁଛନ୍ତି।

ଭିଡିଓକୁ Indiastalents ନାମ ପେଜରେ ସେୟାର କରାଯାଇଛି। ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.