ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଶନିବାର ସକାଳ ସମୟରେ ମାଲଗାଡି ଟ୍ରେନ ଜଖୀରା ଫ୍ଲାଏଓଭର ତଳେ ଯାଉଥିବା ବେଳେ ଟ୍ରାକରୁ ୧୦ଟି ବଗି ଲାଇନଚ୍ୟୁତ ହୋଇଥିଲା । ୧୦ଟି ଯାକ ବଗି ଲାଇନଚ୍ୟୁତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୁଣି ଟ୍ରେନ ଲାଇନଚ୍ୟୁତ । ଦିଲ୍ଲୀରେ ଏକ ମାଲଗାଡିର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଘଟଣାରେ କୌଣସି ବ୍ୟକ୍ତି ହତାହତ ହେବାର ଖବର ମିଳିନାହିଁ ।

ଖବର ମୁତାବକ, ଦିଲ୍ଲୀର ସରାୟ ରୋହିଲ୍ଲା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ଶନିବାର ସକାଳ ସମୟରେ ମାଲଗାଡି ଟ୍ରେନ ଜଖୀରା ଫ୍ଲାଏଓଭର ତଳେ ଯାଉଥିବା ବେଳେ ଟ୍ରାକରୁ ୧୦ଟି ବଗି ଲାଇନଚ୍ୟୁତ ହୋଇଥିଲା । ୧୦ଟି ଯାକ ବଗି ଲାଇନଚ୍ୟୁତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ପାଇଁ ପୋଲିସ ଏବଂ ଦମକଳ ବାହିନୀ ଟିମ୍‌ ପହଞ୍ଚିଛି । ତେବେ ମାଲଗାଡିରେ ଲୁହା ଜିନିଷ ଯାଉଥିବା ଜଣାପଡିଛି । ଘଟଣାରେ କେହି ବି ହତାହତ ହୋଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.