ଆଜି ପର୍ଯ୍ୟନ୍ତ ଏହି ସବୁ ଐତିହାସିକ ସ୍ଥାନର ଦ୍ୱାର ବନ୍ଦ ପଡିଛି, ଜାଣନ୍ତୁ କାରଣ

ଐତିହାସିକ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ ଆମ ଦେଶ ଭାରତ । ତେବେ ଏଠାକାର ବିଭିନ୍ନ ସ୍ଥାନର ବିଭିନ୍ନ ରହସ୍ୟ ସାମ୍ନାକୁ ଆସିଥାଏ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଛି ଯାହାର କବାଟ ବର୍ଷ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଛି ।

ଐତିହାସିକ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ ଆମ ଦେଶ ଭାରତ । ତେବେ ଏଠାକାର ବିଭିନ୍ନ ସ୍ଥାନର ବିଭିନ୍ନ ରହସ୍ୟ ସାମ୍ନାକୁ ଆସିଥାଏ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଛି ଯାହାର କବାଟ ବର୍ଷ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ପର୍ଯ୍ୟନ୍ତ ଏହି କବାଟ ଖୋଲା ହୋଇନାହିଁ । ତେବେ ଏହା କାହିଁକି ବନ୍ଦ ହେଲା ? କହିବାକୁ ଗଲେ ଏହା ପଛରେ ଥିବା କାହାଣୀ ଗୁଡ଼ିକ ଅତ୍ୟନ୍ତ ରୋଚକ । ଆଜି ଆମେ ଆପଣଙ୍କୁ ସେହି ୫ ଟି ପ୍ରାଚୀନ ସ୍ଥାନ ବିଷୟରେ ଜଣାଇବୁ ଯାହାର କବାଟ ବହୁ ପୂର୍ବରୁ ବନ୍ଦ ହୋଇଯାଇଛି ।
କୁତୁବ୍ ମିନାର୍ :
qutub minar
photo : aajtak

କୁତୁବ୍ ମିନାର ଦିଲ୍ଲୀରେ ଅବସ୍ଥିତ । ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ମଧ୍ୟରେ ଏହାକୁ ଗଣାଯାଏ । ଏହାର ନିର୍ମାଣ କୁତୁବୁଦ୍ଦିନ୍ ଏବକ୍ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହାର କାର୍ଯ୍ୟ ଇଲତୁମିଶ୍ ଦ୍ୱାରା ଶେଷ ହୋଇଥିଲା । ତେବେ ସେହି ସମୟରେ ଏହି ବିଲ୍ଡିଂରେ ପ୍ରବେଶ କରିବା ପାଇଁ ଏକ ଦ୍ୱାର ଥିଲା । କିନ୍ତୁ ଯାହା ପରେ ବନ୍ଦ ହୋଇଯାଇଥିଲା । ତେବେ ଏହାର ବନ୍ଦ ହେବାର କାରଣ ହେଉଛି ଯେ ଡିସେମ୍ବର ୪, ୧୯୮୧ ମସିହରେ କୁତୁବ ମିନାର ଭିତରେ ଲୋକଙ୍କ ସହ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିପାଇଁ ଭିତରେ ଲୋକମାନେ ଭୟଭୀତ ହୋଇ ଦୌଡିବାକୁ ଲାଗିଥିଲେ ଏବଂ ସେହି ସମୟରେ ଜଣେ ୪୫ ବର୍ଷିୟ ଲୋକର ଜୀବନ ଚାଲିଯାଇଥିଲା । ଯାହା ପରେ ଏହି କବାଟ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ପଦ୍ମନାଭସ୍ୱାମୀ ମନ୍ଦିରର ସପ୍ତମ ଦ୍ୱାର :
padmanabhaswamy temple
photo : news18
ପଦ୍ମନାଭସ୍ୱାମୀ ମନ୍ଦିର ତିରୁବନନ୍ତପୁରମରେ ଅବସ୍ଥିତ । ଏହାକୁ ତ୍ରାବଣକୋରର ରାଜାମାନେ ନିର୍ମାଣ କରିଥିଲେ । ଏଠାରେ  ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଯେତେବେଳେ ଏହି ମନ୍ଦିରର ୬ ଟି କବାଟ ଖୋଲାଯାଇଥିଲା । ସେତେବେଳେ ଭାରତ ସରକାର ଏହି ସ୍ଥାନରୁ ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ଧନ ପାଇଥିଲେ । ତେବେ ଏହାର ସପ୍ତମ ଦ୍ୱାର ଆଜି ପର୍ଯ୍ୟନ୍ତ ଖୋଲା ହୋଇନାହିଁ । କୁହାଯାଏ ଯେ ଏହି ଦ୍ୱାରକୁ ଭଗବାନ ବିଷ୍ଣୁଙ୍କ ଶେଷନାଗ ଜଗି ରହିଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥରେ ଜଣେ ବ୍ୟକ୍ତି ଏହି କବାଟ ଖୋଲିବାକୁ ଚେଷ୍ଟା କଲା ପରେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଯାହାଫଳରେ ଏହି କବାଟ ସବୁଦିନ ପାଇଁ ବନ୍ଦ ରହିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର :
konark mandir
photo : devdarshanapp
ସୂର୍ଯ୍ୟ ଭଗବାନଙ୍କ ଏହି ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତି । ଏହା ୧୩ ତମ ଶତାବ୍ଦୀରେ ରାଜା ନରସିଂହଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ତେବେ ଅନ୍ୟ ରାଜ୍ୟର ରାଜା ଏହି ମନ୍ଦିର ଉପରେ ଆକ୍ରମଣ କରିବା ଯୋଗୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଯେତେବେଳେ ମନ୍ଦିର ଖରାପ ହେବାକୁ ଲାଗିଲା, ସେତେବେଳେ ତତ୍କାଳୀନ ରାଜ୍ୟପାଳ ଜନ୍ ଉଡବର୍ନ ଜଗମୋହନ ମଣ୍ଡପର ଚାରି ଦ୍ୱାରରେ କାନ୍ଥ ଉଠାଇ ବାଲିରେ ଭର୍ତ୍ତି କରିଦେଇଥିଲେ । ଯାହାଦ୍ୱାରା ମନ୍ଦିର କୌଣସି ପ୍ରକାର ବିପଦ ଦ୍ୱାରା ପ୍ରଭାବିତ ହେବନାହିଁ । ତେବେ ୧୯୦୩ ରେ ଏହି ସମସ୍ତ କବାଟ ବନ୍ଦ କରାଯାଇଥିଲା ।
ତାଜମହଲ :
taj mahal
photo : bhaskar
ଆଗ୍ରାଠାରେ ଅବସ୍ଥିତ ଦୁନିଆର ୭ଟି ଚମତ୍କାରୀ ସ୍ଥାନ ମଧ୍ୟରୁ ତାଜମହଲ ଅନ୍ୟତମ । ଏହାର ପ୍ରାୟ ୨୨ ଟି ବନ୍ଦ ଦ୍ୱାର ରହିଛି ।  ତେବେ ୨୦୨୨ ମସିହାରେ ଏହାକୁ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା । ଐତିହାସିକଙ୍କ ଅନୁଯାୟୀ, ଏହି କୋଠରୀଗୁଡ଼ିକ ଶେଷ ଥର ପାଇଁ ୧୯୩୪ ରେ ଖୋଲା ଯାଇଥିଲା । କେତେକ ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ତାଜମହଲର ତଳ ମହଲାରେ ଥିବା କୋଠରୀଗୁଡ଼ିକ ମାର୍ବଲରେ ନିର୍ମିତ ।  କୁହାଯାଏ ଯେ ଯଦି ବେସମେଣ୍ଟରେ କାର୍ବନ ଡାଇଅକ୍ସାଇଡର ପରିମାଣ ବଢେ, ତେବେ ଏହା କ୍ୟାଲସିୟମ କାର୍ବୋନାଟରେ ପରିଣତ ହୋଇପାରେ, ଯାହା ଦ୍ୱାରା ସେହି ସ୍ଥାନର ଅନେକ କ୍ଷତି ହୋଇପାରେ । ତଥାପି କୁହାଯାଏ ଯେ ତାଜମହଲର ଉତ୍ତର କାନ୍ଥର ଦୁଇଟି କବାଟକୁ ଇଟା ଦ୍ୱାରା ବନ୍ଦ କରାଯାଇଥିଲା । ତେବେ ଏପରି ମଧ୍ୟ କୁହାଯାଏ ୧୯୭୦ ପୂର୍ବରୁ ଏହି କବାଟଗୁଡ଼ିକ ଖୋଲା ରହିଥିଲା ।
ଦିଗମ୍ବର ଜୈନ ମନ୍ଦିର :
digamber jain mandir
photo : medium
ଜୈନ ଧର୍ମର ସବୁଠାରୁ ବଡ ମନ୍ଦିର ଭାରତର ବରାସୋରେ ଅବସ୍ଥିତ । ତେବେ ଏହାର ଦ୍ୱାର ପ୍ରାୟ ୮୦୦ ବର୍ଷ ପାଇଁ ବନ୍ଦ ରହିଥିଲା । ଯାହା ୨୦୧୯ ରେ ଖୋଲା ଯାଇଥିଲା । ଏହି ମନ୍ଦିରର କବାଟ ଖୋଲିବା ମାତ୍ରେ ଲୋକମାନେ ଦେଖିଲେ ଯେ ଗୋଟିଏ କୋଠରୀ ତଳେ ଆଉ ଏକ କୋଠରୀ ରହିଛି। ଯାହା ଭିତରେ ଲୋକମାନେ ବହୁ ପ୍ରାଚୀନ କାଳରୁ କିଛି ଜିନିଷ ପାଇଥିଲେ । ଏହା ଦେଖି ଲୋକମାନେ ଆଦୌ ଅନୁଭବ କଲେ ନାହିଁ ଯେ ଏହି ଜିନିଷଗୁଡ଼ିକ ପୁରୁଣା ବୋଲି । ଏହା ସହ ଭିତରେ ଆଉ ଏକ ଗୁମ୍ଫା ଦେଖିବାକୁ ମିଳିଥିଲା, ଯାହା ମଧ୍ୟରୁ ବହୁତ ଅଳିଆ ବାହାରିଥିଲା । ତେବେ  ଭାରତରେ ଏପରି ଅନେକ ଐତିହାସିକ ସ୍ଥାନ ରହିଛି । ଯାହାର ଇତିହାସ ବହୁତ ପ୍ରାଚୀନ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.