ପୁଅ ଲୋଭ ବାପକୁ କଲା ଅନ୍ଧ, ଡାକ୍ତରଖାନାରେ ନିଜ ଝିଅକୁ ଛାଡ଼ି ପର ପୁଅକୁ ନେଇ ଛୁ ମାରିଲା 

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ । SNCU ରୁ ନବଜାତ ଶିଶୁ ପୁତ୍ର ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା l ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଶିଶୁର ପରିବାର ଲୋକ

ଡାକ୍ତରଖାନାରେ ରୁଣ୍ଡ ହୋଇଛନ୍ତି ଲୋକେ । ଜୋରସୋରରେ ପାଟିତୁଣ୍ଡ ବି ଚାଲିଛି । କାରଣ ଜନ୍ମ ହୋଇଥିବା ନବଜାତ ଶିଶୁପୁତ୍ରକୁ ଡାକ୍ତରଖଶନାରୁ ନିଜ ପୁଅ କହି ନେଇଯାଇଛନ୍ତି ଜଣେ ଲୋକ । ସେହି ଡାକ୍ତରଖାନାରେ କନ୍ୟା ସନ୍ତାନକୁ ଛାଡ଼ି ନେଇ ପଳାଇଲେ ଶିଶୁ ପୁତ୍ର । କହିଲେ ଏ ଆମ ଛୁଆ ଆମକୁ ଦିଅ । ଏଭଳି କିଛି କହି ନବଜାତ ଶିଶୁକୁ ନେଇଗଲା ଅଭିଯୁକ୍ତ । ପରେ ଭାଳେଣି ପଡ଼ିଥିଲା ଡାକ୍ତରଖାନାରେ ।

ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ । SNCU ରୁ ନବଜାତ ଶିଶୁ ପୁତ୍ର ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା l ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଶିଶୁର ପରିବାର ଲୋକ l ବଲାଙ୍ଗିର ମେଡିକାଲ SNCU ରୁ ନିଖୋଜ ନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଛି l

ତେବେ ଅଭିଯୁକ୍ତ ଜଣକ ନିଜ ନବଜାତ ଶିଶୁ କନ୍ୟାକୁ SNCU ରେ ଛାଡି ପୁଅ ଲୋଭରେ ଅନ୍ୟ ଶିଶୁ ପୁତ୍ରକୁ ନେଇ ଫେରାର ହୋଇଥିଲା l ସିସି ଟିଭିରୁ ଭିଡିଓ ଦେଖି ତଦନ୍ତ କରିଥିଲା ବଲାଙ୍ଗିର ପୋଲିସ l ଏବେ ନିଖୋଜ ନବଜାତ ଶିଶୁ ଉଦ୍ଧାର ହୋଇଛି l ବୌଦ୍ଧ ଜିଲ୍ଲା ଘଣ୍ଟାପଡା ନିକଟ କଚେର ମାଲରୁ ଉଦ୍ଧାର ହୋଇଛି ନବଜାତ ଶିଶୁ ପୁତ୍ର l ବୌଦ୍ଧ ଜିଲ୍ଲା ବର୍ଡି ପଦର ଗାଁ ର ଝୁମକି ଦଳବେହେରାଙ୍କ ଗତକାଲି ଏକ ଶିଶୁ ପୁତ୍ର ଜନ୍ମ ହେବା ପରେ ଶିଶୁଟି କମ ଓଜନ ଥିଲା ଓ ଶିଶୁଟି ଗୁରୁତର ହେବାରୁ ଶିଶିକୁ ଚିକିତ୍ସା ପାଇଁ SNCU କୁ ନେଇଥିଲେ ପରିବାର ଲୋକ l ସେହି ଶିଶୁ ମୋର କହି SNCU ରୁ କିଏ ଶିଶୁ କୁ ନେଇଥିବା ଅଭିଯୋଗ ହୋଇଥିଲା l ତେବେ କିଏ ଶିଶୁକୁ ନେଇଛି ତାହା ଜଣାପଡି ନଥିଲା l ସିସି ଟିଭି ଯାଞ୍ଚ କରି ଜଣେ ଯୁବକଙ୍କ ଉପରେ ସନ୍ଦେହ ହୋଇଥିଲା l ହଳଦିଆ ଜାକେଟ୍‌ ପିନ୍ଧିଥିବା ଜଣେ ଯୁବକଙ୍କୁ ସନ୍ଦେହ କରାଯାଇଥିଲା । ଏବେ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀରକୁ ଆଣିଛି ପୋଲିସ ।

Leave A Reply

Your email address will not be published.