Below header

ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ଦିଲ୍ଲୀ ସର୍ଭିସ ବିଲ୍, ଆଦମୀ ପାର୍ଟିର ନିଜ ରାଜ୍ୟସଭା ସାଂସଦଙ୍କୁ ହ୍ବିପ ଜାରି

ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ଦିଲ୍ଲୀ ସର୍ଭିସ ବିଲ୍। ବିଲ୍ ଉପସ୍ଥାପନ କରିବେ ଗୃହ ମନ୍ତ୍ରୀ ଅମିତ ଶାହ। ଗତ ୩ ତାରିଖରେ ଲୋକସଭାରେ ପାସ ହୋଇଛି ଏହି ବିଲ। ରାଜ୍ୟସଭାରେ ଡିବେଟ ପରେ ଭୋଟିଂ ହେବ। ତେଣୁ ଆମ ଆଦମୀ ପାର୍ଟି ନିଜର ରାଜ୍ୟସଭା ସାଂସଦଙ୍କୁ ୩ ଧାଡ଼ିଆ ହ୍ବିପ ଜାରି କରିଛି ।

ଅଗଷ୍ଟ ୭ ଓ ୮ ତାରିଖରେ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ଏଥିରେ କୁହାଯାଇଛି। ରାଜ୍ୟସଭାରେ ବିଲ ପାରିତ ହେବା ପରେ ଆଇନରେ ପରିଣତ ହେବ। ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଉପରୁ ଦିଲ୍ଲୀ ସରକାର ନିୟନ୍ତ୍ରଣ ହରାଇବେ । ତେବେ ଏଥିପାଇଁ ପୂର୍ବରୁ ଅଧ୍ୟାଦେଶ ଆଣି ଦିଲ୍ଲୀ ସରକାରଙ୍କ କ୍ଷମତା ସଂକୁଚିତ କରିଥିଲେ କେନ୍ଦ୍ର ସରକାର।

ବିଲ ଆଇନରେ ପରିଣତ ହେବା ପରେ ଅଧ୍ୟାଦେଶ ବଦଳରେ ଏହା କାର୍ଯ୍ୟ କରିବ। ତେଣୁ ରାଜ୍ୟସଭାରେ ଏହି ଅଟକାଇବାକୁ ଅଧ୍ୟାଦେଶ ଆସିବା ଦିନରୁ ଉଦ୍ୟମ କରୁଛନ୍ତି କେଜ୍ରିୱାଲ। ରାଜ୍ୟସଭାରେ ବିଲ୍ ପାସ ପାଇଁ ଏନଡିଏ ପାଖରେ ବହୁମତ ନାହିଁ। ତେବେ ୱାଇଏସଆର କଂଗ୍ରେସ ଓ ବିଜେଡି କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.