ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ, ପାକ ସରକାରଙ୍କ ସବୁଜ ସଂକେତ

ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ମିଳିଲା ପାକ ସରକାରଙ୍କ ସବୁଜ ସଂକେତ । ଆସନ୍ତା ୨୦୨୩ ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଣଳୟର ୱେବସାଇଟରେ ସୂଚନା ଦିଆଯାଇଛି ।

ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ମିଳିଲା ପାକ ସରକାରଙ୍କ ସବୁଜ ସଂକେତ । ଆସନ୍ତା ୨୦୨୩ ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଣଳୟର ୱେବସାଇଟରେ ସୂଚନା ଦିଆଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଟିମ ବିଶ୍ବକପ ଖେଳିବା ପାଇଁ ଭାରତ ଆସିବ ।

ଖେଳକୁ ରାଜନୀତି ସହ ଯୋଡ଼ିବା ଉଚିତ ନୁହେଁ । ଏଥିପାଇଁ ଆଇସିସି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ୨୦୨୩ ଖେଳିବାକୁ ନିଜ କ୍ରିକେଟ ଟିମକୁ ଭାରତ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର । ଚଳିତବର୍ଷ ଦିନିକିଆ ବିଶ୍ବକପ ଭାରତରେ ଆୟୋଜନ କରାଯାଉଛି ।

ଅକ୍ଟୋବର ୫ରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଅକ୍ଟୋବର ୧୪ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ମୁହାଁମୁହିଁ ହେବେ । ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ମ୍ୟାଚ ଖେଳାଯିବାର ଥିଲା । କିନ୍ତୁ ଦିବାରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.