ଜମ୍ମୁ କାଶ୍ମୀର ରାଜୌରୀରେ ସର୍ଚ୍ଚ ଅପରେସନ, ଜଣେ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର ରାଜୌରୀରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ଜଣେ ଆତଙ୍କବାଦୀ ସଫା। ସେ ପାକିସ୍ତାନୀ ଆତଙ୍କବାଦୀ ବୋଲି ପୋଲିସ କହିଛି।

ଜମ୍ମୁ କାଶ୍ମୀର ରାଜୌରୀରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ଜଣେ ଆତଙ୍କବାଦୀ ସଫା। ସେ ପାକିସ୍ତାନୀ ଆତଙ୍କବାଦୀ ବୋଲି ପୋଲିସ କହିଛି। ଗତକାଲି ଠାରୁ ରାଜୌରୀରେ ସୁରକ୍ଷାକର୍ମ-ଆତଙ୍କବାଦୀ ଗୁଳିବିନିମୟ ଚାଲିଛି। ଆତଙ୍କବାଦୀ ଲୁଚି ରହିଥିବା ଠୋସ ସୂଚନା ପାଇବା ପରେ ଜମ୍ମୁ କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ପରେ ଏଥିରେ ସିଆରପିଏଫ ସାମିଲ ହୋଇଥିଲା। ଗୁନ୍ଧା – ଖାୱାସ ଗାଁରେ ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା। ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତା ଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପୂରା ଅଞ୍ଚଳକୁ ସିଲ କରି ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଗୁଳି ବିନିମୟ ଜାରି ରହିଥିବାରୁ ୨ କିଲୋମିଟର ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.