Below header

ସପ୍ତଦଶ ଲୋକସଭା ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଅଧିବେଶନକୁ ସୁରୁଖୁରରେ ଚଳାଇବା ନେଇ ଲୋଡ଼ିଲେ ସହଯୋଗ

ଆସନ୍ତକାଲିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ଏହାପୂର୍ବରୁ ସଂସଦର ଅଧିବେଶନକୁ ସୁରୁଖୁରୁରେ ଚଳାଇବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସେ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏନଡିଏ ସହଯୋଗୀ ଦଳ ଓ ବିରୋଧୀଦଳଗୁଡ଼ିକ ବୈଠକରେ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ଆସନ୍ତା ୧୯ ତାରିଖରେ ବିଭିନ୍ନ ଦଳର ମୁଖ୍ୟଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ବୈଠକରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ସେହିପରି ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଏକ ବୈଠକ ପ୍ରଧାନମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଡାକିଛନ୍ତି । ସଂସଦରେ ଟିମ ସ୍ପିରିଟ ନେଇ ସମସ୍ତେ କାର୍ଯ୍ୟ କରିବା ମୋଦି ଚାହାନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ଆସନ୍ତା ୧୯ ତାରିଖରେ ବାଚସ୍ପତି ନିର୍ବାଚନ ଓ ଜୁଲାଇ ୫ରେ ବଜେଟ୍‌ ଆଗତ ହେବ। ପ୍ରଥମ ଦୁଇ ଦିନ ଲୋକସଭାର ସଦସ୍ୟମାନେ ଶପଥ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.