Below header

୯୨ ବର୍ଷ ବୟସରେ ବୁଢ଼ି ମା’ ସ୍କୁଲ ଯାଉଛନ୍ତି ପାଠ ପଢ଼ି, ଇଚ୍ଛା ଶକ୍ତି ପାଇଁ ମିଳୁଛି ଢ଼େର ପ୍ରଶଂସା

ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ରହୁଥିବା ୯୨ ବର୍ଷ ବୟସ୍କା ଏହି ବୃଦ୍ଧା ଜଣଙ୍କ ଯେବେ ସ୍କୁଲ ଯିବା ଆରମ୍ଭ କଲେ, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବୃଦ୍ଧା ଜଣକଙ୍କ ସ୍କୁଲ ଯିବାର ଏହି ଭିଡିଓ ଭାଇରାଲ ହେବା ପରେ ୟାକୁ ନେଇ ଏବେ ସବୁଠି ଜୋର ଚର୍ଚ୍ଚା ।

କଥାରେ ଅଛି ପଢ଼ିବା ପାଇଁ କିଛି ବୟସ ନଥାଏ କିମ୍ବା ସମୟ । ଜୀବନର ଯେ କୌଣସି ସମୟରେ ବି ବିଦ୍ୟା ଅର୍ଜନ କରିହୁଏ । ହେଲେ ଏଥିପାଇଁ କେବଳ ମନୋବଲ ରହିବା ଦରକାର । ବୟସର ଅପରାହ୍ଣରେ ପହଞ୍ଚିଥିଲେ ମଧ୍ୟ ପାଠ ପଢ଼ିବାର ଇଚ୍ଛା ଶକ୍ତି ଏବେ ବି ତାଙ୍କ ମଧ୍ୟରେ ରହିଛି ।

ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ରହୁଥିବା ୯୨ ବର୍ଷ ବୟସ୍କା ଏହି ବୃଦ୍ଧା ଜଣଙ୍କ ଯେବେ ସ୍କୁଲ ଯିବା ଆରମ୍ଭ କଲେ, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବୃଦ୍ଧା ଜଣକଙ୍କ ସ୍କୁଲ ଯିବାର ଏହି ଭିଡିଓ ଭାଇରାଲ ହେବା ପରେ ୟାକୁ ନେଇ ଏବେ ସବୁଠି ଜୋର ଚର୍ଚ୍ଚା ।

ଏହି ବୃଦ୍ଧାଙ୍କ ନାମ ହେଉଛି ସଲିମା ଖାନ୍‌ । ସଲିମା ୬ ମାସ ଧରି ସ୍କୁଲ ଯାଉଛନ୍ତି । ଭିଡିଓରେ ଦେଖାଯାଇଛି ସଲିମା ପ୍ରାଇମେରି ସ୍କୁଲର କ୍ଲାସରେ ଛୋଟ ପିଲାଙ୍କ ସହ ବସି ପଢ଼ୁଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ କୁହନ୍ତି ଯେ ୮ ମାସ ତଲେ ସଲିମା ସ୍କୁଲ ଆସି ତାଙ୍କୁ ପଢ଼ାଇବା ପାଇଁ ଅନୁରୋଧ କରିଥିଲେ । ତାଙ୍କର ପଢ଼ିବାର ଇଚ୍ଛା ଶକ୍ତିକୁ ଦେଖି ତାଙ୍କୁ ଅନୁମତି ଦିଆଯାଇଥିଲା

ସଲିମା କିଛି କାରଣବଶତଃ ପିଲାଦିନେ ପଢ଼ି ପାରିନଥିଲେ । ହେଲେ ତାଙ୍କର ପଢ଼ିବାରେ ବହୁତ ଇଚ୍ଛା ଥିଲା । ନାତୀ ତାଙ୍କୁ ଠାରୁ ଅଧିକ ଟଙ୍କା ନେଇଯାଉଥିଲେ । ସେ ପାଠ ପଢ଼ି ପାରିନଥିବାରୁ ଠିକ୍‌ ରେ ବୁଝି ପାରୁନଥିଲେ । ଏଥିପାଇଁ ତାଙ୍କର ପଢ଼ିବାର ଇଚ୍ଛା ସୃଷ୍ଟି ହେଲା । ଆଉ ଏହି ଇଚ୍ଛା ତାଙ୍କୁ ସ୍କୁଲ ଆଣିବାକୁ ବାଧ୍ୟ କରିଛି । ସୋସିଆଲ ମିଡିଆରେ ସଲିମାଙ୍କ ଏହି ଇଚ୍ଛା ଶକ୍ତି ପାଇଁ ତାଙ୍କୁ ବେଶ ପ୍ରଶଂସା ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.