ଖବରକାଗଜରେ ଖାଆନ୍ତୁ ନାହିଁ ଖାଦ୍ୟ; ଉତ୍ସବ ପୂର୍ବରୁ ଗାଇଡ୍‌ଲାଇନ୍‌ ଜାରି କଲା FSSAI

ଦେଶରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଉତ୍ସବ ସମୟରେ ମିଠାର ବ୍ୟବହାର ଅନେକ ଗୁଣା ବଢ଼ିଯାଇଥାଏ। ତେଣୁ ମିଠାର ଚାହିଦାକୁ ଦୃଷ୍ଟିରେ ରଖି ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟୀ ଅଫ୍‌ ଇଣ୍ଡିଆ (FSSAI) ବର୍ତ୍ତମାନ କିଛି ଅତ୍ୟାବଶ୍ୟକ ଗାଇଡ୍‌ଲାଇନ୍‌ ଜାରି କରିଛି।

ଚଳିତ ବର୍ଷ ଉତ୍ସବ ଋତୁରେ ଖାଦ୍ୟପେୟ ଜିନିଷକୁ ଖୋଲାରେ ତିଆରି କରିବାକୁ ମନା କରିଛି FSSAI। ଦୋକାନୀମାନଙ୍କୁ ଖାଦ୍ୟ ସାମଗ୍ରୀର ଗୁଣାବତ୍ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଏହାଛଡ଼ା ସିଙ୍ଗଡା, ମିଠା ଆଦି ଜିନିଷକୁ ଖବରକାଗଜରେ ବିକ୍ରିଠାରୁ ଦୂରେଇ ରହିବାକୁ ଖାଦ୍ୟ ସାମଗ୍ରୀ ନିୟାମକ ଦୋକାନୀମାନଙ୍କୁ ଅନୁରୋଧ କରିଛି।

FSSAIର ସିଇଓ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ ଖବରକାଗଜରେ ପ୍ୟାକ୍‌ କରାଯାଉଥିବା ଖାଦ୍ୟରୁ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇପାରେ। ଖବରକାଗଜ ବାହାରେ ଖୋଲା ପଡ଼ିଥାଏ, ଯଦ୍ଦ୍ଵାରା ଏଥିରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ବହୁତ ଦ୍ରୁତ ଗତିରେ ବଢ଼ିଥାଆନ୍ତି। ଏହା ସହିତ ଏଥିରେ ବ୍ୟବହୃତ କାଳି ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରକ ହୋଇଥାଏ। ତେଣୁ FSSAI ଦୋକାନୀମାନଙ୍କୁ ପ୍ୟାକିଂ ପାଇଁ ଖବରକାଗଜ ବ୍ୟବହାରକୁ ତୁରନ୍ତ ରୋକିବାକୁ ପରାମର୍ଶ ଦେଇଛି।

ସେହିପରି ଲୋକଙ୍କୁ ସୁରକ୍ଷିତ ଭୋଜନ ସୁନିଶ୍ଚିତ କରିବା ପାଇଁ ଫୁଡ୍‌ କଣ୍ଟେନର ବ୍ୟବହାର ଉପରେ ଜୋର୍‌ ଦେଇଛି FSSAI। ଖାଦ୍ୟ ନିୟାମକ ଉତ୍ସବ ଋତୁରେ ବିକ୍ରି ହେଉଥିବା ମିଠାର ଗୁଣାବତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.