ବିବାହ ଉତ୍ସବରେ କନ୍ୟା ସହ ବରଙ୍କ ଭୋଜପୁରୀ ଗୀତରେ ଜବରଦସ୍ତ ନାଚ, ଭିଡିଓ ଭାଇରାଲ

ବିବାହରେ ନାଚ ନଥିଲେ ତାହା କି ବିବାହ । ହେଲେ ଯଦି ଏହି ନାଚ ବର-କନ୍ୟା କରନ୍ତି, ତେବେ କିପରି ଲାଗିବ । ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି କନ୍ୟା ଆଗରେ ବର ଜବରଦସ୍ତ ନାଚ କରୁଥିବାର ଦେଖାଯାଇଛି । ବର ଭୋଜପୁରୀ ଗୀତରେ ଧୁମ ନାଚୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଷ୍ଟେଜରେ ଭୋଜପୁରୀ ଗୀତ ବାଜୁଛି । ବର କନ୍ୟା ହାତ ଧରି ନାଚୁଛନ୍ତି । ବର ନାଚୁଥିବା ବେଳେ ଖୁସିରେ ଫାଟିପଡୁଛନ୍ତି । ବରଙ୍କ ଏପରି ଖୁସି ଦେଖି ସୋସିଆଲ ମିଡିଆରେ ଲୋକେ ବହୁତ ପ୍ରତିକ୍ରିୟା ଦେଇଛନ୍ତି । ଭିଡିଓକୁ ୮ ମିଲିୟନରୁ ଅଧିକ ଲୋକେ ଦେଖିଲେଣି ।

ସଚ୍ଚିନ ନାମକ ଜଣେ ୟୁଜର୍ସ ଲେଖିଛନ୍ତି ବର କନ୍ୟାଙ୍କୁ ନଚାଇବା ପାଇଁ ବହୁତ ଚେଷ୍ଟା କରିଛନ୍ତି ହେଲେ ନଚାଇ ପାରିଲେ ନାହିଁ । ଏହାର ଅର୍ଥ ବର ଏବେ କନ୍ୟା ଇସାରାରେ ନାଚିବାକୁ ପ୍ରସ୍ତୁତ ହେଉଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆଶା ଠାରୁ ଅଧିକ ମିଳିବା ଯୋଗୁ ବହୁତ ଖୁସି ହେଉଛନ୍ତି ବର ।

ଲକ୍ଷ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଭାରତ ସରକାରଙ୍କୁ ଅନୁରୋଧ କରୁଛି କି ଏଦୁହିଁଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯାଉ । ଅନୀଲ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ବିବାହ କରିବାକୁ ଯାଉଛ ତ ବିବାହ କର, ଏତେ ନାଚୁଛ କ’ଣ ? ଏହି ଭିଡ଼ିଓକୁ ନାମକ ୟୁଜର୍ସ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏ ପର୍ଯ୍ୟନ୍ତ ୮.୫ ମିଲିୟନ ଭ୍ୟୁଜ ହେଇଥିବା ଜଣାଯାଇଛି । ୫ ଲକ୍ଷରୁ ଅଧିକ ଲୋକେ ଏହି ଭିଡିଓକୁ ଲାଇକ କରିଛନ୍ତି ।

Leave A Reply

Your email address will not be published.