‘ମୋଦି ଲହର ଶେଷ’, କର୍ଣ୍ଣାଟକରେ କଂଗ୍ରେସର ବଡ ସଫଳତା ପରେ ସଂଜୟ ରାଉତଙ୍କ ପ୍ରତିକ୍ରିୟା

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ସଫଳତା ପରେ ଶିବ ସେନା (ୟୁବିଟି) ନେତା ସଂଜୟ ରାଉତ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି । ସେ ଏକ ଟିପ୍ପଣୀ ଦେଇ କହିଛନ୍ତି, ‘ଦେଶରେ ମୋଦି ଲହର’ ଶେଷ ହୋଇଛି । କଂଗ୍ରେସ ରାଜ୍ୟରେ ୧୩୫ ଟି ଆସନରେ ଜିତିଥିବା ବେଳେ ବିଜେପି ଏକମାତ୍ର ଦକ୍ଷିଣ ରାଜ୍ୟରେ କ୍ଷମତାରୁ ବାହାରି ଯାଇଛି ବୋଲି ସଂଜୟ କହିଥିଲେ ।

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ସଫଳତା ପରେ ଶିବ ସେନା (ୟୁବିଟି) ନେତା ସଂଜୟ ରାଉତ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି । ସେ ଏକ ଟିପ୍ପଣୀ ଦେଇ କହିଛନ୍ତି, ‘ଦେଶରେ ମୋଦି ଲହର’ ଶେଷ ହୋଇଛି । କଂଗ୍ରେସ ରାଜ୍ୟରେ ୧୩୫ ଟି ଆସନରେ ଜିତିଥିବା ବେଳେ ବିଜେପି ଏକମାତ୍ର ଦକ୍ଷିଣ ରାଜ୍ୟରେ କ୍ଷମତାରୁ ବାହାରି ଯାଇଛି ବୋଲି ସଂଜୟ କହିଥିଲେ ।

ମୋଦି ଲହର ଦେଶରେ ଶେଷ ହୋଇଛି । ଏବେ ଆମର ସମୟ ଆସିଛି ବୋଲି ଶିବ ସେନା (ୟୁବିଟି) ନେତା ସଂଜୟ ରାଉତ ମୁମ୍ବଇର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କର୍ଣ୍ଣାଟକରେ କଂଗ୍ରେସର ବିଜୟ ସାରା ଦେଶରେ ବିଜୟର ବାଟ ଖୋଲି ଦେଇଛି । କର୍ଣ୍ଣାଟକ ଫଳାଫଳ ଦେଶରେ ତାନାଶାହୀ ଶାସନର ପରାଜୟ କରିଛି । ଏଥିପାଇଁ ମୁଁ କର୍ଣ୍ଣାଟକ ଜନତାଙ୍କୁ ଧନ୍ୟବାଦ ଜଣାଉଛି । କର୍ଣ୍ଣାଟକରେ ଯାହା ଘଟିଲା ତାହା ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଘଟିବ ବୋଲି ସଂଜୟ କହିଥିଲେ ।

Leave A Reply

Your email address will not be published.