ଘରକୁ ଫେରିଲେ ଝିଅର ବିବାହ ପୂର୍ବରୁ ବରର ପିତାଙ୍କ ସହ ଫେରାର ହୋଇଥିବା ମହିଳା, ସ୍ୱାମୀ ଘରେ ନ ପୂରାଇବାରୁ କଲେ ଏମିତି

ପିଲାଙ୍କ ବିବାହ ପୂର୍ବରୁ ଫେରାର ହୋଇଥିବା ଝିଅର ମା’ ଓ ପୁଅର ବାପା ଘରକୁ ଫେରିଛନ୍ତି। ପୋଲିସ ସୂଚନା ଦେଇ କହିଛି ଯେ ସୁରତର ହିମ୍ମତ ପଟେଲ (୪୩) ଓ ନବସାରୀର ଶୋଭନା ରାଓ୍ଵଲ(୪୨) ଜାନୁଆରୀ ୧୦ରୁ ଘରୁ ଛୁ ମାରିଥିଲେ।

Image result for gujrat-bride-mom-and-groom-father-ran-before-marriage-has-came-back

ଅଧିକାରୀ ଜଣକ କହିଛନ୍ତି, ପଟେଲଙ୍କ ପୁଅର ବିବାହ ରାଓ୍ଵଲଙ୍କ ଝିଅ ସହ ଆସନ୍ତା ମାସରେ ହେବାର ଥିଲା। ୧୦ ଜାନୁଆରୀରେ ମାତା ପିତା ନିଖୋଜ ହେବା ପରେ ଉଭୟେ ଜାନୁଆରୀ ୨୬ ତାରିଖରେ ପୋଲିସ ନିକଟରେ ହାଜର ହୋଇଥିଲେ। ଘରୁ ଯିବା ପରେ ସେମାନେ ଉଜ୍ଜୟିନୀରେ ରହିଥିବା କହିଥିଲେ। ପୋଲିସ ଅଧୀକ୍ଷକ ଗିରିଶ ପାଣ୍ଡ୍ୟା କହିଛନ୍ତି ଯେ ଶୋଭନା ରାଓ୍ଵଲଙ୍କ ସ୍ୱାମୀ ତାଙ୍କୁ ଘରକୁ ନେବାକୁ ମନା କରିଦେବାରୁ ସେ ବାପ ଘରକୁ ଚାଲିଯାଇଛନ୍ତି।

Image result for gujrat-bride-mom-and-groom-father-ran-before-marriage-has-came-back

ସୂଚନାଯୋଗ୍ୟ ଯେ ବରର ପିତା ଟେକ୍ସଟାଇଲ୍‌ ବିଜନେସ୍‌ ସହ ପ୍ରପର୍ଟି ଡିଲ୍‌ ମଧ୍ୟ କରିଥାନ୍ତି। ସେ ଏକ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ମଧ୍ୟ। ପିଲାବେଳେ ସେ ଓ କନ୍ୟାର ମା’ ପଡ଼ୋଶୀ ଥିଲେ ଓ ଉଭୟେ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ସେମାନଙ୍କ ବିବାହ ହୋଇପାରିନଥିଲା। ଏଣୁ ପିଲାଙ୍କ ବିବାହର ସୁଯୋଗ ନେଇ ଉଭୟେ ଘର ଛାଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.