Below header

ଜ୍ଞାନବାପୀ ମସଜିଦ ମାମଲା : ୨୬ ଜୁଲାଇ ଯାଏ ମସଜିଦରେ ଚାଲିଥିବା ସର୍ଭେ ଉପରେ ରହତାଦେଶ ଜାରି କଲେ ସୁପ୍ରିମକୋର୍ଟ

ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରିକରିଛନ୍ତି । ଏଏସଆଇ ର ଏକ ୩୦ ଜଣିଆ ଟିମ ଆଜି ସକାଳ ୭ ଟାରେ ମସଜିଦ ପରିସରରେ ସର୍ଭେ କାମ ଆରମ୍ଭ କରିଥିଲେ ।

ନୂଆଦିଲ୍ଲୀ : ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରିକରିଛନ୍ତି । ଏଏସଆଇ ର ଏକ ୩୦ ଜଣିଆ ଟିମ ଆଜି ସକାଳ ୭ ଟାରେ ମସଜିଦ ପରିସରରେ ସର୍ଭେ କାମ ଆରମ୍ଭ କରିଥିଲେ ।

ତେବେ ମୁଖ୍ୟ ବିଚାରପତି ଡି.ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ମସଜିଦ ପରିସରରେ ଏହି ସର୍ଭେ କାମ ବନ୍ଦ ନିର୍ଦ୍ଦେଶ ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ ଟା ଯାଏ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ଆଲହାବାଦ ହାଇକୋର୍ଟ କୁ ମସଜିଦ କମିଟି ଯାଇଥିଲେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏହି ସର୍ଭେ କାମ କରିବା ପାଇଁ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ।

କ’ଣ ଥିଲା ବାରାଣସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ –

ଜୁଲାଇ ୨୧ ତାରିଖରେ ମସଜିଦ ପରିସରରେ ସର୍ଭେ, ଖନନ ଓ ବୈଜ୍ଞାନିକ ଯାଞ୍ଚ କରିବା ପାଇଁ ଏଏସଆଇକୁ ବାରାଣସୀ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍‌ ଅଜୟ କ୍ରିଷ୍ଣା ଭିଶେଷ, ମସଜିଦର ୩ ଟି ଗମ୍ବୁଜରେ ଭୂମି ତଳ ରାଡାର ପ୍ରବେଶ ସର୍ଭେ ପାଇଁ ଅନୁମତି ଦେଇଥିଲେ ।

ମସ୍ଜିଦ୍ କମିଟି ତରଫରୁ ଅଦାଲତରେ ହାଜର ହୋଇଥିଲେ ବରିଷ୍ଠ ଆଡ୍ଭୋକେଟ୍ ହୁଜେଫା ଅହମଦି। ଏହି ମାମଲାର ଜରୁରୀକାଳୀନ ଶୁଣାଣି ଲାଗି ତାଙ୍କ ଆବେଦନ ପ୍ରତି ଅଦାଲତ ଦୃଷ୍ଟି ଦେଇଥିଲେ।

ମସ୍ଜିଦ୍ ପରିସରରେ ଖୋଳାଖୋଳି ଅଥବା ଉତ୍ଖନନ କାର୍ଯ୍ୟ ନ କରିବା ଲାଗି ‘ଏଏସ୍ଆଇ’ ଟିମ୍କୁ ସୂଚାଇ ଦେବାପାଇଁ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମ୍ କୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.