ଅକ୍ଟୋବରରୁ ୧ରୁ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଛାଡ଼ିବାକୁ ପଡ଼ିପାରେ ଆମେରିକା

ୱାଶିଂଟନ୍ : ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖରାପ ଖବର । ଏଚ୍-୧-ବି ଭିସାରେ ରହୁଥିବା ବିଦେଶୀ ନାଗରିକଙ୍କୁ ଅକ୍ଟୋବର ୧ରୁ ଆମେରିକା ଛାଡ଼ିବାକୁ ପଡ଼ି ପାରେ। ଏହି ଦିନରୁ ଏମାନଙ୍କ ବିଦା ହେବା ପ୍ରକ୍ରିୟା ଆରମ୍ଭ ହେବ । ଭିସା ସମୟ ସୀମା ସରିବା ପରେ ନୂଆ ନୀତି ଅନୁଯାୟୀ ଏମାନଙ୍କର ଭିସା ମିଆଦି ଆଉ ବଢ଼ା ଯାଇ ନଥିବାରୁ ଏମାନଙ୍କୁ ଆମରିକାରୁ ବିଦା ହେବାକୁ ପଡୁଛି । ତେବେ ଏହାର ପ୍ରଭାବ ବିଶେଷ କରି ପ୍ରବାସୀ ଭାରତୀୟଙ୍କ ଉପରେ ପଡ଼ିବ । ଅବଶ୍ୟ ସାମାନ୍ୟ ଆଶ୍ବସ୍ତିର କଥା ହେଉଛି ଯେଉଁମାନେ ଚାକିରି କରୁଛନ୍ତି କିମ୍ବା ଚିକିତ୍ସା ଆଦି କାମରେ ଆସିଛନ୍ତି ସେମାନଙ୍କ ପାଇଁ ନିମୟରେ କିଛି କୋହଳ କରାଯିବ ।

ଭିସା ଅବଧି ବଢ଼ାଇବାକୁ ଆବେଦନ କରିଥିବା ବିଦେଶୀ ନାଗରିକଙ୍କୁ ଏନଟିଏ ବା ନୋଟିସ୍ ଟୁ ଆପିୟର ଜାରି କରାଯିବ । ବେଆଇନ୍ ଭାବେ ଆମେରିକାରେ ରହୁଥିବା ଲୋକଙ୍କୁ ଏହି ନୋଟିସ୍ ଦିଆଯାଇଥାଏ । ତେବେ ଏଥର ପୂରା କଡ଼ା କଡ଼ି ଭାବେ ଏହାକୁ ଲାଗୁ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ଟ୍ରମ୍ପ୍ ସରକାର ।

H-1 VISA_2

ସେପଟେ ଏଚ୍-୪ ଭିସା ନିୟମରେ ପରିବର୍ତ୍ତନ ଯୋଗୁଁ ବିଶେଷ ଭାବେ ଏଚ୍-୧-ବି ଭିସା ପାଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ଉପରେ ପ୍ରଭାବ ପଡ଼ିବ । ଏଥିଲାଗି ସେମାନଙ୍କୁ ସେମାନଙ୍କ ପେସାଦାର କ୍ୟାରିୟର ଛାଡ଼ିବାକୁ ହେବ । ପ୍ରାୟ ୧ ଲକ୍ଷରୁ ଅଧିକ ମହିଳା ଅସୁବିଧାରେ ପଡ଼ିଯିବେ । ଯାହାଫଳରେ ସେମାନଙ୍କ ମାନସିକ ସ୍ଥିତି ବିଗିଡ଼ି ଯିବାର ସମ୍ଭାବନା ଅଛି । ତେଣୁ ଏହି ନିୟମରେ ପରିବର୍ତ୍ତନ ପାଇଁ ଦୁଇ ଜଣ ସାଂସଦ କମଲା ହ୍ୟାରିସ୍ ଓ କର୍ଷ୍ଟନ୍ ଗିଲବ୍ରାଣ୍ଡ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପକୁ ନିବେଦନ କରିଛନ୍ତି। ସେମାନେ ଲେଖିଛନ୍ତି, ସିଲିକନ୍ ଭ୍ୟାଲି ଭଳି ଜାଗାରେ କେବଳ ସ୍ବାମୀର ରୋଜଗାରରେ ଘର ଚଳି ପାରେନା ।

ତେଣୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଚାକିରି କରିବାକୁ ପଡ଼େ । ୨୦୧୭ ବର୍ଷର ଆକଳନ ଅନୁଯାୟୀ ଏଚ୍-୪ ଭିସାରେ ଆମରିକାରେ ୯୪ ପ୍ରତିଶତ ମହିଳା ରହୁଥିଲେ ।  ସେମାନଙ୍କ ମଧ୍ୟରେ ଭାରତୀୟ ମହିଳାଙ୍କ ସଂଖ୍ୟା ହେଉଛି ୯୩ ପ୍ରତିଶତ । ତେଣୁ ଭିସା ନିୟମରେ ପରିବର୍ତ୍ତନର ପ୍ରଭାବ ଅଧିକ ଭାବେ ଭାରତୀୟଙ୍କ ପଡ଼ିବ । ଯଦି ଏହି ନିୟମ ଲାଗୁ ହୁଏ ତେବେ ସେମାନେ ହଇରାଣ ହେବା ସହ ଭାରତ-ଆମେରିକା ସମ୍ପର୍କ ମଧ୍ୟ ପ୍ରଭାବିତ ହେବ ବୋଲି ଏହି ଦୁଇ ସାଂସଦ ଟ୍ରମ୍ପକୁ ଜଣାଇଛନ୍ତି । ବର୍ତ୍ତମାନ ପ୍ରାୟ ୩ ଲକ୍ଷ ଭାରତୀୟ ଗ୍ରୀନ କାର୍ଡ଼ ପାଇଁ ଆବେଦନ କରିଛନ୍ତି । ନୂଆ ନିୟମ ଅନୁସାରେ ଗଲେ ସେମାନଙ୍କୁ ଗ୍ରୀନ କାର୍ଡ଼ ମିଳିବାକୁ ୧୨ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.