ଟିଟୋ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍ ମାଧବ ଖୁଣ୍ଟିଆ ଗିରଫ

ଭୁବନେଶ୍ବର (କେନ୍ୟୁଜ୍) : ମୋଷ୍ଟ ୱାଣ୍ଟେଡ୍ ମାଧବ ଖୁଣ୍ଟିଆକୁ ଧରିଛି କମିଶନରେଟ୍ ପୋଲିସ୍ । ତାର ଅନ୍ୟ ୩ ଜଣ ସହଯୋଗୀ ସହିତ ଏମାନେ ଧରାପଡ଼ିଛନ୍ତି । ଦୁର୍ଦ୍ଦାନ୍ତ ମାଧବ ହେଉଛି ଟିଟୋ ଗ୍ୟାଙ୍ଗର । ଯାହାକୁ ଅନେକ ଦିନରୁ ପୋଲିସ୍ ଖୋଜୁଥିଲା । ହତ୍ୟା, ଡକାୟତି, ବୋମାମାଡ଼, ଅପହରଣ, ଦାଦାବଟି ସଂଗ୍ରହ ଆଦି ଅନେକ ଅପରାଧରେ ସେ ଜଡ଼ିତ ।

MADHAB KHUNTIA ARRESTED-2

କମିଶନରେଟ୍ ପୋଲିସକୁ ବଡ଼ ସଫଳତା

ଟିଟୋ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ଭାବେ ସେ କଟକ, ଭୁବନେଶ୍ବର, କେନ୍ଦ୍ରାପଡ଼ା, ବଲାଙ୍ଗିର ଆଜି ଜିଲ୍ଲାରେ ଅପରାଧ ଘଟାଉଥିଲା । ଭୁବନେଶ୍ବରରେ ରହି ତାର ଅପରାଧିକ କାରନାମା ଚଳାଇଥିବା ପୋଲି ପୋଲିସ୍ ତାକୁ ଗିରଫ କରିଛି । ତାଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ମାଧବ ଓ ତାର ସହଯୋଗୀଙ୍କୁ ଗିରଫ କରି କମିଶନରେଟ୍ ପୋଲିସ ଏକ ବଡ଼ ସଫଳତା ଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.