ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଭିଡିଓ ଜାରି କଲେ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ୨୦୧୬, ସେପ୍ଟେମ୍ବର ୨୯ ତାରିଖ । ପାକିସ୍ତାନରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ଦିନେ ପରେ ଦୁଇ ବର୍ଷ ପୂରିବ । ତା ପୂର୍ବରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆଉ ଏକ ଭିଡିଓ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଯେଉଁଥିରେ ଦର୍ଶାଯାଇଛି, ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ କେମିତି ପାଠ ପଢ଼ାଇଥିଲା ଭାରତୀୟ ବାୟୁସେନା । ରାତିଅଧରେ ସର୍ଜିକାଲ୍‌ ଷ୍ଟ୍ରାଇକ କରାଯାଇଥିଲା । ପାକ୍‌ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦିଆଯାଇଥିଲା ।

ଭିଡିଓରେ ଦର୍ଶାଯାଇଛି, କେମିତି ପିଓକେରେ ପଶି ଭାରତୀୟ ସେନା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କରିଥିଲେ । ଅପରେସନ୍‌ ପୂର୍ବରୁ ପ୍ରଥମେ ଟାର୍ଗେଟ୍‌ ସ୍ଥଳର ନକ୍‌ସା ପ୍ରସ୍ତୁତ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ମିଶନ୍‌ । ରାତି ସାଢ଼େ ୧୨ଟାରୁ ସାଢ଼େ ଚାରିଟା ଭିତରେ ଅପରେସନ୍‌ ସାରି ଫେରି ଆସିଥିଲେ ଭାରତୀୟ ସେନା । ଆତଙ୍କୀଙ୍କୁ ଗୁଳିରେ ଜବାବ ଦିଆଯାଇଥିଲା । ଧ୍ୱଂସ ହୋଇଥିଲା ଆତଙ୍କବାଦୀଙ୍କ ଗୋଟିଏ ପରେ ଗୋଟିଏ କ୍ୟାମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.