Below header

ସ୍ବାମୀଙ୍କୁ ଗିରଫ କରିବାରୁ , ଗାଡି ଆଗରେ ବସିଲେ ମହିଳା

ଭଦ୍ରକ(କେନ୍ଯୁଜ୍) :ଭଦ୍ରକ ବାସୁଦେବପୁର ଜେଏମ୍‌ଏଫସି କୋର୍ଟ ପରିସରରେ ଅଭାବନୀୟ ସ୍ଥିତି। ଅବକାରୀ ବିଭାଗର ଗାଡି ଆଗରେ ବସି ରହିଲେ, ଜଣେ ମହିଳା। ଅବକାରୀ ବିଭାଗ କର୍ମଚାରୀ ବାସୁଦେବପୁର ବ୍ଲକ ବଛଦା ଗାଁରୁ ବିପୁଳ ପରିମାଣର ମଦ ସହ ପ୍ରଶାନ୍ତ ପଣ୍ଡା ଓ ବିକାଶ ବାରିକଙ୍କୁ ଗିରଫ କରିଥିଲା। ଉଭୟଙ୍କୁ କୋର୍ଟରେ ହାଜର କରିବା ସମୟରେ, ବିକାଶ ପତ୍ନୀ ଗାଡି ଅଟକାଇଥିଲେ। ମହିଳାଙ୍କ ଅଭିଯୋଗ, ସ୍ୱାମୀଙ୍କୁ ଛାଡିଦେବାକୁ ଲାଞ୍ଚ ଦେଇଥିଲେ। କିନ୍ତୁ ଲାଞ୍ଚ ନେଇ ଅବକାରୀ ବିଭାଗ କର୍ମଚାରୀ ତାଙ୍କ ସ୍ୱାମୀଙ୍କୁ ଛାଡିଲେ ନାହିଁ ବୋଲି ବିକାଶଙ୍କ ପତ୍ନୀ କହୁଛନ୍ତି। ଏବେ ଲାଞ୍ଚ ଅର୍ଥ ଫେରାଇବା ସହ ସ୍ୱାମୀଙ୍କୁ ଛାଡିଦେବାକୁ ଦାବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.