ବରମୁଡା, ଶଟସ୍, ଲୁଙ୍ଗି ଏବଂ ଚପଲ ପିନ୍ଧି ଗାଡି ଚଲାଇଲେ ଭରିବାକୁ ହେବ ମୋଟାଅଙ୍କର ଜରିମାନା
ନୂଆ ଟ୍ରାଫିକ୍ ନିୟମକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି। ଲୋକମାନେ ଭାରୀ ଜରିମାନା ଠାରୁ ରକ୍ଷା ପାଇବା ପାଇଁ ଅନେକ କାଗଜ ପତ୍ର ଯୋଗାଡ କରୁଛନ୍ତି ତ ଆଉ କେହି ହେଲମେଟରେ ଆରସି ଲଗାଇ ଯାଉଛନ୍ତି। ଏହି ଟ୍ରାଫିକ୍ ନିୟମ ସହିତ ଜଡିତ ଏକ ନିୟମ ସାମ୍ନାକୁ ଆସିଛି, ଯେଉଁଥିରେ ଯଦି ଆପଣ ବରମୁଡା, ଶଟସ୍, ଲୁଙ୍ଗି କିମ୍ବା ଚପଲ ପିନ୍ଧି ଡ୍ରାଇଭିଂ କରିବେ ତେବେ ଆପଣଙ୍କୁ ଚାରି ଗୁଣା ଅଧିକ ଜରିମାନା ଭରିବାକୁ ପଡିବ।
ଲଖନଉର ଟ୍ରାଫିକ ଏସିପି କହିଛନ୍ତି ଗାଡି ଚାଳକଙ୍କ ପାଇଁ ବିଶେଷ ଡ୍ରେସ କୋଡ୍ ହେବ। ଏଥିରେ ପ୍ୟାଣ୍ଟ, ଶାର୍ଟ ଏବଂ ଜୋତା ସାମିଲ ରହଛି। ଡ୍ରାଇଭିଂ କରିବା ସମୟରେ ଲୁଙ୍ଗି କିମ୍ବା ଶଟସ୍ ପିନ୍ଧିଥିଲେ ୨୦୦୦ ଟଙ୍କା ଜରିମାନା ଲଗାଯିବ।
ଆପଣଙ୍କୁ ଜଣାଇବାକୁ ଚାହଁବୁ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ପାଖରୁ କଡା ଜରିମାନା ଆଦାୟ କରାଯାଉଛି।