ଏହି ଅଭିନେତ୍ରୀ କଲେ ବଡ ଖୁଲାସା, କହିଲେ କଲେଜ ସମୟରେ ଡ୍ରଗ୍ସ ଦେଇ କରିଥିଲେ ଯୌନ ଶୋଷଣ

ଗତ କିଛି ବର୍ଷ ହେବ ଅନେକ ଅଭିନେତ୍ରୀ ଯୌନ ଶୋଷଣ ସହ ଜଡିତ ଘଟଣା ଗଣମାଧ୍ୟମ ଆଗରେ ପ୍ରକାଶ କରିସାରିଛନ୍ତି। ଏହି ଘଟଣାରେ ଜଣେ ଅଭିନେତ୍ରୀ ନିଜ କଲେଜରେ କିପରି ତାଙ୍କର ଶାରୀରିକ ଶୋଷଣ ହୋଇଥିଲା ସେହି ଭୟାବହ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଏକ ସାକ୍ଷାତକାର ମାଧ୍ୟମରେ ଅଭିନେତ୍ରୀ କୈମିଲା ମେଡେସ ନିଜ ବିଷୟରେ କିଛି ଖୁଲାସା କରିଛନ୍ତି। କୈମିଲା ତାଙ୍କ କଲେଜର ପୁରୁଣା ଦିନକୁ ମନେ ପକାଇ କହିଛନ୍ତି- କଲେଜର ପ୍ରଥମ ବର୍ଷ ଖୁବ୍‌ କଷ୍ଟକର ଥିଲା। ମୁଁ ବହୁତ ଖରାପ ଅନୁଭବ କରିଥିଲି। ଏଥିସହ କୈମିଲା କହିଛନ୍ତି ଜଣେ ବ୍ୟକ୍ତି ମଧ୍ୟ ମତେ ଡ୍ରଗ୍ସ ଦେଇ ମୋର ଶାରୀରିକ ଶୋଷଣ କରିଥିଲେ। ଏହି ଘଟଣା ବିଷୟରେ ଅକୈମିଲା ଅଧିକ କିଛି କହିନଥିଲେ। ଏହି ଘଟଣା ପରେ ସେ ନିଜକୁ ସୁରକ୍ଷିତ ଏବଂ କମ୍ଫର୍ଟେବଲ କରିବା ପାଇଁ ନିଜ ଜୀବନରେ ସବୁ କିଛି କରିବା ପାଇଁ ନିଷ୍ପତି କରିଥିଲେ।

Camila-Mendesଅଭିନେତ୍ରୀ କୈମିଲା ମେଡେସ୍‌ ନେଟଫ୍ଲିକ୍ସ ସିରିଜ୍‌ ରିଓ୍ଵରଡେଲରେ ନଜର ଆସିଛନ୍ତି ଏବଂ ସେ ଏହି ଘଟଣା ପରେ ନିଜ ପିଠିରେ ଟାଟୁ କରିଛନ୍ତି। ଏହି ଟାଟୁ ରେ ସେ ଲେଖିଛନ୍ତି ‘to build a home’ । ଏହି ଟାଟୁ ଜରିଆରେ କୈମିଲା କହିବାକୁ ଚାହାଁନ୍ତି ସେ କେବଳ ନିଜକୁ ନୁହେଁ ବରଂ ତାଙ୍କ ଆଖ-ପାଖରେ ଥିବା ବାତାବରଣକୁ ମଧ୍ୟ ସେ ମଜବୁତ୍‌ କରିବେ। ଏହା ବ୍ୟତୀତ ସେ ଫ୍ୟାନ୍ସମାନଙ୍କ ପାଇଁ ଜଣେ ରୋଲ ମଡେଲ ହେବାକୁ ଇଛା ରଖିଛନ୍ତି।

ଏହାସହ ପଢନ୍ତୁ: ସାରା ଅଲ୍ଲୀ ଖାନ୍‌ ସେୟାର କଲେ ନିଜର ‘ପ୍ରଥମ ଗୀତ’ ରିହର୍ସଲର ଡ୍ୟାନ୍ସ ଭିଡିଓ, ଦେଖନ୍ତୁ କେମିତି ମାରୁଛନ୍ତି ଠୁମକା

କୈମିଲା କହିଛନ୍ତି, କଲେଜ ପଢିବା ସମୟରେ ଛୋଟ ଥିବାରୁ ସେ ସମୟରେ ବଢି ଏବଂ ପଜିଟିଭିଟି ମାମଲାରେ କୌଣସି ରୋଲ୍‌ ମଡେଲ ନଥଲେ। ସେହି ସମୟରେ ଏହି ବିଷୟରେ କେହି କିଛି କହୁନଥିଲେ। ସୁସ୍ଥ ଶରୀର ସବୁଠାରୁ ଅଧିକ ଆବଶ୍ୟକ ନାହିଁ କିପରି ଦେଖାଯାଉଛନ୍ତି ତାହା ଜରୁରୀ । ଅଭିନେତ୍ରୀ କୈମିଲା ସର୍ବଦା ଏଭଳି ଜିନିଷ ବାଛୁଥିଲେ, ଯାହା ତାଙ୍କ ପାଇଁ ଠିକ ହେବା ସହ ତାଙ୍କ ଶରୀର ଏବଂ ଆତ୍ମା ପାଇଁ ଉଚିତ ହୋଇଥିବ।