କେରଳରେ ପ୍ରକୃତିର ତାଣ୍ଡବ: ୨୧ ମୃତ, ସେନା ଓ ଏନ୍‌ଡିଆର୍‌ଏଫ୍‌ର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : କେରଳରେ ବର୍ଷା ବିପର୍ଯ୍ୟୟ । କୋଟାୟାମ ଓ ଇଡୁକିରେ ଭୁସ୍ଖଳନ ହୋଇ ୨୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ୫ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ହୋଇଥିବାର ଜଣାପଡିଛି । ଏବେ ବି ଆର୍ମୀ, ବାୟୁସେନା, ଏନଡିଆରଏଫ୍‌ଙ୍କ ସହାୟତାରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛି। ଏହା ସହିତ ବାହ୍ୟ ଜଗତରୁ ଅନେକ ଅଞ୍ଚଳ ବିଛିନ୍ନ ହୋଇପଡିଛି। ୧୦୫ଟି ରିଲିଫ୍‌ କ୍ୟାମ୍ପକୁ ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି । ଏବଂ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ତେବେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର ।

ସୂଚନାଯୋଗ୍ୟ, ଲଗାଣବର୍ଷା ଓ ବନ୍ୟାରେ କେରଳର କୋଟ୍ଟାୟାମ୍ ଜିଲ୍ଲାରେ ୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଇଡୁକ୍କିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। କୋଟ୍ଟାୟାମ୍ ଜିଲ୍ଲାର କୁଟିକାଲ ଓ ଇଡୁକ୍କି ଜିଲ୍ଲାର କୋକ୍କାୟାରଠାରେ ଭୂସ୍ଖଳନ ଫଳରେ୧୨ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ବେଳେ ରବିବାର ସକାଳୁ ସେ ଅଞ୍ଚଳରେ ସେନାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଉଦ୍ଧାର ସମୟରେ ମିଳିଥିବା ମୃତଦେହ ମଧ୍ୟରେ ୮, ୭ ଓ ୪ ବର୍ଷର ତିନିଜଣ ଶିଶୁ ଅଛନ୍ତି, ଯେଉଁମାନେ ପରସ୍ପରକୁ କୁଣ୍ଢେଇ ଧରିଥିବା ଦେଖିବାକୁ ମିଳିଥିଲା। କୁଟିକାଲରୁ ଆଉ ୫ ଜଣଙ୍କ ମୃତଦେହ ‌ମିଳିଥିଲା ଯେଉଁମାନଙ୍କ ପରିଚୟ ଜଣାପଡ଼ି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.