ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ୍‌, ୬ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ଯାତ୍ରୀବାହୀ ବସ୍‌ ଉପରେ ବିଦ୍ୟୁତ ତାର ଲାଗିଯିବାକୁ ବସଟି ସଂପୂର୍ଣ୍ଣ ଜଳିଯାଇଛି । ତେବେ ଏହି ଅଘଟଣରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଏହି ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଉତ୍ତରପ୍ରଦେଶ ଗାଜିପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଉତ୍ତରପ୍ରଦେଶ ଗାଜିପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍‌ ଉପରେ ବିଦ୍ୟୁତ ତାର ଲାଗିଯିବାକୁ ବସଟି ସଂପୂର୍ଣ୍ଣ ଜଳିଯାଇଛି । ତେବେ ଏହି ଅଘଟଣରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଏହି ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଜ୍ଞାନ ନେଇ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ବରଯାତ୍ରୀ ଯିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଛି । ୧୧ କେଭି ଲାଇନ୍ ତାର ସହ ସଂସ୍ପର୍ଶରେ ଆସିବାରୁ ବରଯାତ୍ରୀ ଯାଉଥିବା ଏହି ବସରେ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି । ବସରେ ଅନେକ ଲୋକ ଥିଲେ । କିଛି ଯାତ୍ରୀ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ସାମିଲ ଅଛନ୍ତି। ପ୍ରାୟ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସଟି ମଉ ଅଞ୍ଚଳରୁ ବରଯାତ୍ରୀଙ୍କୁ ନେଇ ମରଦହର ମହାହର ଧାମକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.