ଦ୍ୱାରକା ଏକ୍ସପ୍ରେସ୍ ୱେ ଉଦ୍‌ଘାଟନ କଲେ ମୋଦି, ଏବେ ଦିଲ୍ଲୀରୁ ଗୁରୁଗ୍ରାମ ଯିବାକୁ ଲାଗିବ ମାତ୍ର ୨୫ ମିନିଟ୍‌

ଦ୍ୱାରକା ଏକ୍ସପ୍ରେସ୍ ୱେକୁ ଉଦ୍‌ଘାଟନ କରିଛନ୍ତି । ୮ ଲେନ ବିଶିଷ୍ଟ ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା କମ୍‌ କରିବାରେ ସହାୟକ ହେବ । ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସ୍ ୱେ ନିର୍ମାଣରେ ୪୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତୀକ୍ଷିତ ଦ୍ୱାରକା ଏକ୍ସପ୍ରେସ୍ ୱେକୁ ଉଦ୍‌ଘାଟନ କରିଛନ୍ତି । ୮ ଲେନ ବିଶିଷ୍ଟ ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା କମ୍‌ କରିବାରେ ସହାୟକ ହେବ । ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସ୍ ୱେ ନିର୍ମାଣରେ ୪୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଏକ୍ସପ୍ରେସ ଦ୍ୱାରା ଦିଲ୍ଲୀରୁ ଗୁରୁଗ୍ରାମକୁ ମାତ୍ର ୨୫ ମିନିଟରେ ପୁରା କରିପାରିବେ ।

ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁଗ୍ରାମରେ ରୋଡ ଶୋ କରିଥିଲେ । ଏହି କାର୍ଯ୍ୟକ୍ରମରେ ହରିୟାଣାର ରାଜ୍ୟପାଳ ସହିତ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ଥିଲେ । ଏହି ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଦେଖାଦେଉଥିବା ଅସମ୍ଭବ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ ।

ଏହି ଏକ୍ସପ୍ରେସ୍ ୱେ ଦେଶର ପ୍ରଥମ ଏଲିଭେଟେଡ୍ ଅର୍ବାନ ଏକ୍ସପ୍ରେସ୍ ୱେ । ଏହି ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେ’ରେ ଜମୁଥିବା ଗହଳି କମିବ । ଏହି ୧୬ ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେରେ ଅନୂନ୍ୟ ୩ଟି ଲେନରେ ଉଭୟ ପାର୍ଶ୍ୱରେ ଯିବା ଆସିବା ବ୍ୟବସ୍ଥା କରାଯିବ । ଦିଲ୍ଲୀର ଦ୍ୱାରକାରୁ ହରିୟାଣାର ଗୁରୁଗ୍ରାମକୁ ଏହି ଏକ୍ସପ୍ରେସ୍ ୱେ ସଂଯୋଗ କରିବ ।

ଦ୍ୱାରକା ଏକ୍ସପ୍ରେସ୍ ୱେରେ ଶିବ-ମୂର୍ତ୍ତି ରହିବ । ଏହି ଏକ୍ସପ୍ରେସ ୱେ ଦ୍ୱାରକା ସେକ୍ଟର ୨୧, ଗୁରୁଗ୍ରାମ ସୀମା ଏବଂ ବସାଇ ହୋଇ ଖିଡକୀ ଦୋଲା ଟୋଲ ପ୍ଲାଜା ନିକଟରେ ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.