ଭୟାବହ ଦୁର୍ଘଟଣା : ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବେକରେ ଗଳିଗଲା ଲୁହା ଛଡ଼

ନୂଆଦିଲ୍ଲୀ : ଦିଲ୍ଲୀରୁ କାନପୁର ଅଭିମୁଖେ ଯାତ୍ରା କରୁଥିବା ନିଳାଚଳ ଏକ୍ସପ୍ରେସ୍ ଟ୍ରେନ୍ରେ ହୃଦୟ ଦୋହଲେଇ ଦେଲା ଭଳି ଘଟଣା ଘଟିଛି । ଏଠାରେ ନୀଳାଚଳ ଏକ୍ସପ୍ରେସ ଟ୍ରେନ(୧୨୮୭୬)ର ଜେନେରାଲ ବଗିରେ ବସି ଜଣେ ଯାତ୍ରୀ ଯାତ୍ରା କରୁଥିବା ବେଳେ ତାଙ୍କ ଗଳାରେ ଏକ ଲୁହାରଡ଼ ପଶି ଯାଇଥିଲା। ଏହି ଲୁହା ରଡ଼ ତାଙ୍କ ଗଳାର ଗୋଟିଏ ପାର୍ଶ୍ବରେ ପଶି ଆରପାର୍ଶ୍ବରେ ବାହାରି ଯାଇଥିଲା। ଏହି କାରଣରୁ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଷ୍ଟେସନର ପ୍ଲାଟଫର୍ମ ନମ୍ବର-୩ରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା ନଜରକୁ ଆସିଛି। ଏହି ହୃଦୟ ବିଦାରକ ଘଟଣା ପରେ ରେଳବାଇ ତଦନ୍ତ ଚାଲିଛି।
ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ହରିକେଶ ଦୁବେ ନିଳାଚଳ ଏକ୍ସପ୍ରେସ୍ର ସାଧାରଣ କୋଚରେ ଯାତ୍ରା କରୁଥିଲେ। ସବୁକିଛି ଠିକ୍ ଥିଲା ତେବେ ହଠାତ ଗତକାଲି ସକାଳ ୮ ଟା ୪୫ ନିନିଟ୍ରେ ପ୍ରୟାଗରାଜ ନିକଟରେ ଗୋଟିଏ ଲୁହାଛଡ଼ ବଗିର କାଚକୁ ଭାଙ୍ଗି ବସିଥିବା ହରିକେଶଙ୍କ ବେକରେ ଏପଟେ ପଶି ସେପଟେ ବାହାରି ଯାଇଥିଲା। ଅଚାନକ ଘଟିଥିବା ଏହି ଗଟଣାକୁ ଦେଖି ଟ୍ରେନ୍ରେ ଥିବା ଅନ୍ୟଯାତ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ । ରେଲେୱେ ଅନୁସାରେ ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲିଥିଲା, ସେଠାରୁ ହିଁ ଏକ ଲୁହାଛଡ଼ ଆସି ବଗି ଭିତରେ ପଶି ଯାଇଥିଲା ।
ଏହି ସୂଚନା ମିଳିବା ପରେ ଆରପିଏଫ ଓ ସିଆରପିଏଫ ସହିତ ରେଲୱେ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଦେଖିଲା ବେଳକୁ ଜଣେ ଯାତ୍ରୀଙ୍କ ବାମାପାର୍ଶ୍ବ ଦେଇ ଗଳାରେ ଲୁହାରଡ଼ ପଶିଯାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କେମିତି ଲୁହାରଡ ବ୍ୟକ୍ତିଙ୍କ ଗଳାରେ ପଶିଲା ? ସୂଚନା ଅନୁସାରେ ରେଳ ଲାଇନ୍ ମରାମତି କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏହି ଲୁହାରଡଟି ହଠାତ୍ ଟ୍ରେନ୍ ଝରକା ଦେଇ ଭିତରକୁ ପଶି ଆସିଥିଲା। ତାହା ଝରକା ପାର୍ଶ୍ବରେ ବସିଥିବା ହରିକେଶଙ୍କ ଗଳାକୁ ଫାଡ଼ି ଦେଇଥିଲା।