ଥଣ୍ଡା ମଧ୍ୟ ଭାଙ୍ଗି ପାରୁନି ଯବାନଙ୍କ ଉତ୍ସାହ, ମାଇନସ ୩୦ଡିଗ୍ରୀ ତାପମାତ୍ରାରେ ଉତ୍ତୋଳନ କରାଯାଇଛି ତ୍ରିରଙ୍ଗା

ନୂଆଦିଲ୍ଲୀ : ଦେଶରେ ଆଜି ୭୦ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଏନେଇ ଦେଶର ସମସ୍ତ ଅଞ୍ଚଳ ହୋଇଉଠିଛି ଚଳଚଞ୍ଚଳ। ଦେଶର କୋଣଅନୁକୋଣରେ ଶୁଣିବାକୁ ମିଳୁଛି ଜୟ ହିନ୍ଦ୍ ର ନାରା। ତେବେ ଖାଲି ଜନସାଧାରଣ ନୁହଁ ଦେଶର ସୁରକ୍ଷାଧିନ ଥିବା ଜବାନ ମଧ୍ୟ ଖୁବ ଜୋରଶୋରରେ ପାଳନ କରିଛନ୍ତି ଗଣତନ୍ତ୍ର ଦିବସ। ଏନେଇ ଲଦାଖରେ ଜବାନଙ୍କର ଏପରି ଜଜବା ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତଙ୍କ ମନରେ ଦେଶ ପାଇଁ ଗୌରବ ଏବଂ ଜବାନଙ୍କ ପାଇଁ ସମ୍ନାନ ଜାତ ହୋଇଯିବ।

ଲଦାଖରେ ଯୋସ୍ ଏବଂ ଜଜବାର ପରିଚୟ ଦେଇଛନ୍ତି ଭାରତୀୟ ସୀମାରେ ନିୟୋଜିତ ଥିବା ପୋଲିସ ଅର୍ଥାତ ଆଇଟିବିପି। ଏଠାରେ ସମୁଦ୍ର ପତ୍ତନରୁ ୧୮୦୦୦ ଫୁଟ ଉଚ୍ଚତାରେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ଯବାନ। ଏଠାରେ ତ୍ରିରଙ୍ଗାକୁ ଲହରାଉଥିବା ଦେଖିଲେ ମନରେ ସମ୍ନାନ ଏବଂ ଗୌରବ ଭରି ହୋଇଯାଇଥାଏ। ଏହି ସମୟର ଏକ ଭିଡିଓ ଆଇଟିବିପି ନିଜର ଟ୍ବିଟର ପେଜରେ ଅପଲୋଡ଼ କରିଛି। ଯାହାକୁ ବହୁ ସଂଖ୍ୟାକ ଲୋକ ଦେଖିଛନ୍ତି।

Leave A Reply

Your email address will not be published.