Below header

୪ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ, ଭଡ଼ା ଘରେ ରଖି ଦଲାଲ କଲେ ସାମୂହିକ ଦୁଷ୍କର୍ମ

ବୁଲନ୍ଦସହରର ଖାନପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ୪ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ମହିଳାଙ୍କୁ ତାଙ୍କ ସ୍ୱାମୀ ବିକ୍ରି କରିଦେବା ପରେ ଦଲାଲ୍‌ମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ତେବେ ଏ ନେଇ ମହିଳା ଜଣକ ଏସ୍‌ଏସ୍‌ପିଙ୍କ ଆଦେଶରେ ସ୍ୱାମୀଙ୍କ ସମେତ ୫ଜଣଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ପୀଡ଼ିତା ମହିଳା ଏସ୍‌ଏସ୍‌ପିଙ୍କୁ ଅଭିଯୋଗ ପତ୍ର ଦେଇ କହିଛନ୍ତି, ତାଙ୍କ ବିବାହ ନରସେନା ଥାନା ଅଧୀନ ଏକ ଗାଁର ଅଜିିତ୍‌ ସିଂଙ୍କ ସହିତ ହୋଇଥିଲା। ହେଲେ ଅଜିତ୍‌ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଯେତେବେଳେ ସେ ବାପଘରକୁ ଆସିଥିଲେ, ସେଠି ମଧ୍ୟ ତାଙ୍କୁ କେହି ଘରେ ରଖି ନ ଥିଲେ। ଏହାପରେ ମହିଳା ଜଣକ ଏକୁଟିଆ ରହିବାକୁ ଲାଗିଥିଲେ।

rape7

ଏହାସହ ପଢ଼ନ୍ତୁ: ଉନ୍ନାଓରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ିଦେବା ଘଟଣାରେ ୫ ଅଭିଯୁକ୍ତ ଗିରଫ

ସେ ଆହୁରି କହିଥିଲେ ଯେ ତାଙ୍କ ସ୍ୱାମୀ ଖାନପୁର ଥାନା ଅଧୀନ ଏକ ଗାଁର ପପ୍ପନ ଓ ରାମବତୀଙ୍କ ପାଖକୁ ଯିବାଆସିବା କରୁଥିଲେ। ପପ୍ପନ ଓ ରାମବତୀ ନିଜକୁ ଆଧ୍ୟାତ୍ମିକବାଦୀ ବୋଲି କହୁଥିଲେ, ଯେଉଁଥିପାଇଁ ସେମାନଙ୍କ ପାଖରେ ବହୁ ଲୋକ ଆସି ଦରବାର ଲଗାଉଥିଲେ। ତେଣୁ ମହିଳା ଜଣକ ସେମାନଙ୍କୁ ନିଜ ସମସ୍ୟାର ସମାଧାନ କରିବାକୁ କହିଥିଲେ। ଏହାପରେ ପପ୍ପନ ଓ ରାମବତୀ ସମସ୍ୟାର ସମାଧାନ କରିବା ପାଇଁ ନିଜ ଗାଁକୁ ମହିଳାଙ୍କ ସ୍ୱାମୀ, ଦେଢ଼ଶୁରଙ୍କ ପୁଅ କୁଲଦୀପ ଏବଂ ମେରଠର ଜଣେ ବ୍ୟକ୍ତି ଅଜବ ସିଂଙ୍କୁ ଡକାଇଥିଲେ।

ଏହାସହ ପଢ଼ନ୍ତୁ: ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଘଟଣାସ୍ଥଳରେ ମାରିଲା ଗୁଳି

ଅଭିଯୋଗ ପତ୍ରରେ ଦର୍ଶାଯାଇଛି, ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ମହିଳାଙ୍କ ସ୍ୱାମୀ ରାମବତୀ ଓ ପପ୍ପନଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ୪ ଲକ୍ଷ ଟଙ୍କାରେ ଅଜବ ସିଂଙ୍କୁ ବିକ୍ରି କରିଦେଇଥିଲେ। ଏହାପରେ ଅଜବ ଓ କୁଲଦୀପ ମିଶି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଅଜବ ସିଂ ମହିଳାଙ୍କୁ ଜୋର୍‌ ଜବରଦସ୍ତ ଖାନ୍‌ପୁରର ଏକ ଭଡ଼ା ଘରକୁ ନେଇଯାଇ ସେଠାରେ ରଖିଥିଲେ। ଏପରି କି, ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଯଦି ସେ ଖସିପଳାନ୍ତ, ତା’ହେଲେ ତାଙ୍କ ଝିଅମାନଙ୍କୁ ମାରି ଦିଆଯିବ ବୋଲି ଅଜବ ଧମକାଇଥିଲେ।

rape8

ଏହାସହ ପଢ଼ନ୍ତୁ: କୁକୁର ଛୁଆକୁ ମା’ ଭଳି ସ୍ନେହ ଦେଲା ମାଙ୍କଡ଼, ଦେଖିଲେ ଆପଣ ବି ରୋକିପାରିବେନି ଲୁହ

ହେଲେ ମହିଳା ଜଣକ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଆଉ ଏସ୍‌ଏସ୍‌ପିଙ୍କ ପାଖରେ ପହଞ୍ଚିଥିଲେ। ମହିଳାଙ୍କଠାରୁ ଅଭିଯୋଗ ପାଇବା ପରେ ଏସ୍‌ଏସ୍‌ପି ଏ ନେଇ କଡ଼ା କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.