Google assistant କୁ ଟକ୍କର ଦେବାକୁ Lenovo ଲଞ୍ଚ କଲା ତିନିଟି ନୂଆ ଡିଭାଇସ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Lenovo ଏକାଥରକେ ତିନଟି ନୂଆ ଡିଭାଇନ ଲଞ୍ଚ କରିଛି। କମ୍ପାନୀ ପକ୍ଷରୁ Lenovo smart display 7 inch,smart camera and smart bulb ଲଞ୍ଚ କରିଛି। କମ୍ପାନୀ ଚଳିତବର୍ଷ ୧୦ ଇଞ୍ଚର ସ୍ମାର୍ଟ ଡିସପ୍ଲେ ମଧ୍ୟ ଲଞ୍ଚ କରିଥିଲା। ଯାହାର ମୂଲ୍ୟ ୧୪,୯୯୯ ଟଙ୍କା ରଖାଯାଇଛି। ୭ ଇଞ୍ଚର ନୂଆ ଡିସପ୍ଲେ ୧୦ ଇଞ୍ଚର ଡିସପ୍ଲେ ଠାରୁ ବହୁତ ଶସ୍ତା। ଯାହାର ମୂଲ୍ୟ ପାଖାପାଖି ୯ ହଜାର ଟଙ୍କା ରହିଛି। ଏହା ଜରିଆରେ Lenovo  ଗୁଗଲର ନେଷ୍ଟ ହବ୍‌ ଏବଂ ଆମାଜନ ଇକୋ ଶୋ ୫କୁ ଟକ୍କର ଦେବ।

lenovo

Lenovo ର ଏହି ନୂଆ ଡିସପ୍ଲେ ଜରିଆରେ ୫୦୦ରୁ ଉର୍ଦ୍ଧ୍ୱ ସ୍ମାର୍ଟ ହୋମ ଡିଭାଇସକୁ ନିୟନ୍ତ୍ରଣ କରାଯାଇପାରି। ଏହା ଜରିଆରେ ୟୁଜର୍ସ ଭିଡିଓ କଲ୍‌ କରିପାରିବେ। ଏହାଛଡା ପିଲାଙ୍କ ରୁମ୍‌କୁ କ୍ୟାମେରା ଜରିଆରେ ମନିଟର କରିପାରିବେ। ଆପଣଙ୍କ ଘରର ମୁଖ୍ୟଦ୍ୱାରାରେ ମଧ୍ୟ ଲଗାଇ ବାହାରୁ ଆସୁଥିବା ଲୋକଙ୍କୁ ଦେଖିପାରିବେ। ଏଥିରେ ୟୁଜର୍ସଙ୍କୁ ଡୁଆଇ ମାଇକ୍ରୋଫୋନ ସହିତ ଫୁଲ୍‌ ରେଞ୍ଚର ସ୍ପିକର ମିଳିଥାଏ।

ଏହାସହ ପଢ଼ନ୍ତୁ ; Xiaomi ଲଞ୍ଚ୍‌ କଲା ରେଡିଓ ପାଓ୍ଵାର ବ୍ୟାଙ୍କ, ମିଳିବ ଏହି ଖାସ୍‌ ଫିଚର

bulb

ସେହିଭଳି ସ୍ମାର୍ଟ କ୍ୟାମେରାରେ ୟୁଜର୍ସଙ୍କୁ ‘ଫିଲ୍ମଡ ଅଫ୍‌ ଭ୍ୟୁ’ ଫଟୋ ମିଳିବ। ଏହି କ୍ୟାମେରାରେ ୩୫୫ ଡିଗ୍ରୀ ଏବଂ ୧୨୦ ଡିଗ୍ରୀ ଅପ୍‌ ଆଣ୍ଡ ଡାଉନ କ୍ୟାମେରା ଜରିଆରେ ‘ଫିଲ୍ମଡ ଅଫ୍‌ ଭ୍ୟୁ’ ଏରିଆକୁ ସ୍କାନ କରିପାରିବେ। ଏହି କ୍ୟାମେରାରେ ନାଇଟ୍‌ ଭିଜନ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ରାତିରେ ଏହାର ଭିଜନ କ୍ଷମତା ୨୦ ମିଟର ରହିଛି। ଏହାଛଡା lenovo ଲଞ୍ଚ କରିଥିବା ବଲ୍‌ବ ଭଏସ୍‌ କମାଣ୍ଡ ଜରିଆରେ କଲର, ତାପମାନ ଏବଂ ବ୍ରାଇଟନେସ ମଧ୍ୟ ସେଟ୍‌ କରିପାରିବେ। ଏହା ପ୍ଲଗ ଆଣ୍ଡ ପ୍ଲେ ଫର୍ମାଟ୍‌ରେ କାମ କରିଥାଏ। ଏହା ଗୁଗଲ୍‌ ଆସିଷ୍ଟାଣ୍ଟ ଏବଂ ଆମାଜନ ଆଲେକ୍ସା ଦୁଇଟିଯାକରେ କାମ କରିଥାଏ। ଏହା କେବଳ ଆଉ କ’ଣ ରହିଛି ଏହାର ମୂଲ୍ୟ, ତାହା ବିଷୟରେ Lenovo ପକ୍ଷରୁ ଖୁଲାସା କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.