ଏଭଳି ପବଜୀ ନିଶା ଦେଖିନଥିବେ ଆପଣ ! ସ୍ବାମୀ ନମନିବାରୁ ପତ୍ନୀ କଲେ ଆତ୍ମହତ୍ୟା ଉଦ୍ୟମ

ଅହମଦାବାଦ : ଗୁଜରାତର ଅହମଦାବାଦ ସହରର କୃଷ୍ଣାନଗରରେ ବୁଧବାର ଦିନ ଜଣେ ମହିଳା ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ଯାହାର କାରଣ ପବଜୀ ଗେମ୍ ବୋଲି ଜଣାପଡିଛି। ପୋଲିସ ବୟାନ ଅନୁଯାୟୀ, ହିରାବାଡି ଅଞ୍ଚଳର ଅଞ୍ଜନପାକର ସୋସାଇଟିର ନିବାସୀ ନିଲେଶ ପ୍ରଜାପତିଙ୍କ ପତ୍ନୀ ଆଶାବେନ୍ ତାଙ୍କ ସ୍ବାମୀଙ୍କୁ ମଙ୍ଗଳବାର ଦିନ ରାତିରେ ପବଜୀ ଗେମ୍ ଖେଳିବାକୁ ମନା କରିଥିଲେ। ଫଳରେ ନିଲେଶ ତାଙ୍କ ପତ୍ନୀଙ୍କୁ ଖୁବ ମାରପିଟ କରିଥିଲେ।

ଏହି ଘଟଣାରେ ଦୁଃଖିତ ହୋଇ ନିଲେଶଙ୍କ ପତ୍ନୀ ବୁଧବାର ସକାଳେ ଗଳାରେ ଫାସୀ ଲଗାଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ। ତେବେ ତାଙ୍କର ମୃତ୍ୟୁ ହୋଇନଥିବା ବେଳେ ହଠାତ୍ ସେ ବେହୋସ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏନେଇ ପୋଲିସ ନିକଟରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.