ଅଣସର ଘରେ ଶ୍ରୀଜିଉ, ପ୍ରାଚୀକ୍ଷେତ୍ରରୁ ଯାଉଛି ଭୋଜନ ପାଇଁ ଫଳଭାର

ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଉନ୍ତି ଚତୁର୍ଦ୍ଧାମୁର୍ତ୍ତି । ଏଥିପାଇଁ ପ୍ରାଚୀକ୍ଷେତ୍ର ବିଶ୍ୱାମିତ୍ର ଆଶ୍ରମ ଓ ଦେଉଳି ମଠରୁ ଠାକୁରଙ୍କ ପାଇଁ ଯାଉଛି ଫଳଭାର । ଏନେଇ ଦୁଇ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସକାଳୁ ସକାଳୁ ଭକ୍ତ ମାନେ ନିଜ ବାଡିରେ ହୋଇଥିବା ବିଭିନ୍ନ ପ୍ରକାର ଫଳକୁ ନେଇ ଏହି ଦୁଇ ପୀଠରେ ଏକାଠି ହୋଇଥାନ୍ତି । ପୀଠରେ ଭଜନ କୀର୍ତ୍ତନ ସହ ମହିଳା ଭକ୍ତଙ୍କ ହୁଳହୁଳିରେ ପୂରା ପରିବେଶ କମ୍ପିଉଠେ । ପରେ ଏସବୁ ଫଳକୁ ଭାରରେ ନେଇ ଗାଡିରେ ରଖିବା ପରେ ସମସ୍ତ ଭକ୍ତ ଏକଜୁଟ ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରନ୍ତି । ଚଳିତ ବର୍ଷ ବାତ୍ୟା ଫନି ଯୋଗୁ ଅଧିକାଂଶ ଗଛ ନଷ୍ଟ ହୋଇଯାଇଛି । ଫଳରେ ଅଧିକ ପରିମାଣର ଫଳ ଶ୍ରୀମନ୍ଦିରକୁ ପଠାଯାଇ ପାରିନି । ଆଗାମୀ ଦିନରେ ଶ୍ରୀଜିଉଙ୍କ ପଦ୍ମବେଶ ପାଇଁ ଏଠାରୁ ପଦ୍ମଫୁଲ ପଠାଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.